Latest Odisha News

BREAKING NEWS

ଏମିତି ବି ଆସେ ମୃତ୍ୟୁ: ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ, ୮ ମୃତ

ଲକ୍ଷ୍ନୌ: ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଘରକୁ ଫେରୁଥିଲେ । ବାଟରେ ଅନାଇ ବସିଥିଲା ମୃତ୍ୟୁ । ଉତ୍ତରପ୍ରଦେଶର କୌଶାମ୍ବିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଦୁଇ ଜଣ । ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ । ବାଲି ଭିତରେ ଚାପି ହୋଇଯାଇଥିଲା ୧୦ ଜଣ ।

ଆଜି ସକାଳୁ ସକାଳୁ କୌଶାମ୍ବି ଅନ୍ତର୍ଗତ ଦେବୀଗଞ୍ଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ବିବାହରେ ଯୋଗ ଦେଇ ଏକ ସ୍କର୍ପିଓରେ ୧୦ ଜଣ ଫେରୁଥିଲେ । ବାଟରେ ଗାଡ଼ି କିଛି ସମୟ ପାଇଁ ଠିଆ ହୋଇଥିଲା । ଏତିକିବେଳେ ସେହି ବାଟ ଦେଇ ଯାଉଥିବା ବାଲି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ସ୍କର୍ପିଓ ଉପରେ ଓଲଟି ପଡ଼ିଥିଲା ।

Leave A Reply

Your email address will not be published.