Latest Odisha News

BREAKING NEWS

ଡବ୍ଲ୍ୟୁଟିସି ଫାଇନାଲ: ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଖେଳାଳିମାନେ

ଲଣ୍ଡନ: ସ୍ଥାନୀୟ ଓଭାଲ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆରମ୍ଭ ହୋଇଛି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଉଭୟ ଦେଶର ଖେଳାଳିମାନେ ଓଡିଶାର ବାହାନଗା ରେଳ ଦୁର୍ଘଟଣାରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ମୃତକଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରା ଯାଇଥିଲା । ଖେଳାଳିମାନେ ହାତରେ କଳା ବ୍ୟାଣ୍ଡ ବାନ୍ଧି ପଡିଆରେ ପ୍ରବେଶ କରିଥିଲେ । ଉଭୟ ଟିମର ଅଧିନାୟକ ରୋହିତ ଶର୍ମା ଓ ପ୍ୟାଟ କମିନ୍ସଙ୍କ ଏହା ୫୦ତମ ଆନ୍ତର୍ଜାତୀୟ ମ୍ୟାଚ ।

ଏହି ମ୍ୟାଚରେ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇଥିବା ବେଳେ ଆର.ଅଶ୍ୱୀନଙ୍କୁ ବାଦ ଦିଆଯାଇଛି । ଭାରତ ୪ ପେସର ଓ ୧ ସ୍ପିନର କମ୍ବିନେଶନରେ ଖେଳୁଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବିନିମୟରେ ୯୦ ରନ କରିଛି । ଖେଳ ଜାରୀ ରହିଛି ।

Leave A Reply

Your email address will not be published.