Latest Odisha News

BREAKING NEWS

ଯାଜପୁର ରୋଡ୍ ରେଳ ଷ୍ଟେସନରେ ଅଘଟଣ, ଇଞ୍ଜିନ୍ ନଥିବା ମାଲଗାଡ଼ି ନେଲା ୬ ଜୀବନ

ଯାଜପୁର: ଭାଗ୍ୟ ହେଲା ବଇରୀ । ବର୍ଷା ନେଇଗଲା ଜୀବନ । ବାହାନଗା ରେଳ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଯାଜପୁରରୁ ଆସିଛି ଦୁଃଖଦ ଖବର । କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବା ପାଇଁ ପ୍ରାୟ ଟ୍ରେନ୍ ଟ୍ରାକରେ କାମ କରୁଥିବା ପ୍ରାୟ ୭ ଜଣ ଶ୍ରମିକ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିଲେ ।

ହେଲେ କାଳବୈଶାଖୀ ବର୍ଷା ଓ ଝଡ଼ ପବନରେ ହଠାତ୍ ଇଞ୍ଜିନ୍ ନଥିବା ମାଲବାହୀ ଗାଡ଼ି ଗଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉକ୍ତ ସ୍ଥାନରେ ବହୁତ ଦିନ ଧରି ଉକ୍ତ ମାଲବାହୀ ବଗି ଗୁଡ଼ିକ ରହିଥିଲା । ଯାହାକି କାଳବୈଶାଖୀ ଝଡ଼ ପବନରେ ଗଡ଼ି ଯାଇଥିଲା । ତେବେ ଇଞ୍ଜିନ୍ ନଥାଇ କିଭଳି ଅସୁରକ୍ଷିତ ଭାବେ ଖାଲି ବଗିକୁ ସେଠାରେ ରଖାଯାଇଥିଲା ତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ସମୟରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ସହ ଯଶୱନ୍ତପୁର-ହାୱଡ଼ ସୁପରଫାଷ୍ଟ ଓ ଏକ ମାଲବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.