Latest Odisha News

BREAKING NEWS

ଭାରତ-ବାଂଲାଦେଶ ଟି-୨୦ ଟକ୍କର ଆଜି 

ନୂଆଦିଲ୍ଲୀ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି ।

ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଆଜି ରାତି ୭ଟା ବେଳେ ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । କ୍ୟାପଟେନ୍ କୋହଲିଙ୍କ ବିଶ୍ରାମ ଦିଆଯାଇଥିବା ବେଳେ ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ପଡିଆକୁ ଓହ୍ଲାଇବ୍ ଟିମ୍ ଇଣ୍ଡିଆ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ବାଂଲାଦେଶ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଲୋକେଶ ରାହୁଲ୍, ଋଷଭ ପନ୍ତ୍, କ୍ରୁନାଲ ପାଣ୍ଡ୍ୟା, ୟୁଜ୍ବେନ୍ଦ୍ର ଚହଲ୍, ଖଲିଲ ଅହମ୍ମଦ, ଶ୍ରେୟସ ଅୟର୍, ଶିବମ୍ ଦୁବେ, ୱାସିଂଟନ୍ ସୁନ୍ଦର, ଦୀପକ ଚହର୍।

Leave A Reply

Your email address will not be published.