Latest Odisha News

BREAKING NEWS

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସହ ଦୁର୍ବ୍ୟବହାର, ଥାନାରେ ମାମଲା ରୁଜୁ

କଟକ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ସହ କେହି ଯୁବକ ଦୁର୍ବ୍ୟବହାର କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଉକ୍ତ ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ ଆନନ୍ଦ ଭବନରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ତଣ୍ଟି ଚିପି ଧରିବା ତଥା ଗାଲରେ ଚାପୁଡା ମାରୁଥିବା ଦେଖିବାକୁ ମିଳୁଛି।

ଏହି ଘଟଣାକୁ ନିନ୍ଦା କରାଯିବା ସହ ସୋସିଆଲ୍ ମିଡିଆରୁ ଉକ୍ତ ଭିଡିଓଟିକୁ ଡିଲିଟ୍ କରିବା ପାଇଁ ପୋଲିସ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି।

ଏନେଇ ଛାତ୍ର ବିଜେଡି ପକ୍ଷରୁ ବିଡାନାସୀ ଥାନାରେ ଏକ ଏତଲା ଦିଆଯାଇଛି । ଏପରିକି ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେମାନେ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଜୁ ପଟ୍ଟନାୟକଙ୍କ ପୈତୃକ ଘର ଆନନ୍ଦ ଭବନରେ ଏହି ପ୍ରତିମୂର୍ତ୍ତି ରହିଛି । ଯାହାକୁ ପରବର୍ତ୍ତୀ ସମୟରେ ସଂଗ୍ରହାଳୟରେ ରୂପାନ୍ତରିତ କରାଯାଇଛି ।

Leave A Reply

Your email address will not be published.