Latest Odisha News

ବାଂଲାଦେଶ ହିଂସା: ବନ୍ଦ ହେଲା ରେଳ ଓ ବିମାନ ସେବା

ନୂଆଦିଲ୍ଲୀ: ଧିରେ ଧିରେ ବିଗିଡିବାରେ ଲାଗିଛି ବାଂଲାଦେଶ ସ୍ଥିତି । ବ୍ୟାପକ ହିଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ଭାରତ ପହଞ୍ଚିଛନ୍ତି ଶେଖ ହାସିନା । ସ୍ଥିତିକୁ ଦେଖି ଏହାରି ଭିତରେ ଭାରତରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଏବଂ ବିମାନ ସେବାକୁ ସ୍ଥଗିତ ରଖିଛନ୍ତି ଭାରତ ସରକାର । ଏଥସହ ସେଠାରେ ଥିବା ସମସ୍ତ ଭାରତୀଙ୍କୁ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । ସେହିପରି କୋଲକତା ଢାକା ଏବଂ କୋଲକଚା ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ସପ୍ରେସ ଏବଂ ବନ୍ଧନ ଏକ୍ସପ୍ରେସ ଚଳାଚଳ ବନ୍ଦ କରାଯାଇଥିବା ନେଇ ରେଲୱେ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସେହିପରି ଟାଟା ଗ୍ରୁପର ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆ ଢାକାକୁ ଯାଉଥିବା ସମସ୍ତ ବିମାନ ସେବା ସ୍ଥଗିତ ରଖିଛି । ଆମ ପାଇଁ ଆମ ଯାତ୍ରୀ ଏବଂ ଚାଳକ ଦଳର ସୁରକ୍ଷା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛି ଏୟାର ଇଣ୍ଡିଆ ।

ସୂଚନାଯୋଗ୍ୟ ଯେ, ଅନେକ ଦିନ ଧରି ବାଂଲାଦେଶରେ ବିଦ୍ରୋହର ବହ୍ନି ଜଳୁଛି । ଶେଷରେ ପରିସ୍ଥିତି ଅଣାୟତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇ ହସିନା ଦେଶ ଛାଡିଛନ୍ତି । ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରିବା ପରେ ସୁରକ୍ଷା ପାଇଁ ଶେଖ ହସିନା ଦେଶ ଛାଡିଛନ୍ତି । ଏବେ ନିଜ ଦେଶ ଛାଡି ଭାରତରେ ପହଞ୍ଚିଛନ୍ତି ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ହସିନା ହିଣ୍ଡନ ଏୟାରବେସରେ ପହଞ୍ଚିଥିବାବେଳେ ବାୟୁସେନା ଅଧିକାରୀ ତାଙ୍କୁ ସ୍ବାଗତ କରିଛନ୍ତି ।

Comments are closed.