ନୂଆଦିଲ୍ଲୀ: ପ୍ରମୁଖ ମ୍ୟାଲେରିଆ ଔଷଧର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଭାରତ ସରକାର ବୁଧବାର ଦିନ ସୂଚନା ଦେଇଛନ୍ତି । କରୋନାଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ସମର୍ଥ କି ନୁହେଁ ସେନେଇ ବିଶେଷଜ୍ଞମାନେ ପରୀକ୍ଷା କରିଛନ୍ତି ।
ବର୍ତ୍ତମାନ ସଂକ୍ରାମକ ଘାତକ ଶ୍ୱାସ ସମ୍ବନ୍ଧୀୟ ରୋଗ କରାଉଥିବା କୋଭିଡ-୧୯ ପାଇଁ କୌଣସି ନିଶ୍ଚିତ ଚିକିତ୍ସା ନାହିଁ । ବିଶେଷଜ୍ଞମାନେ ପ୍ରଯୁଜ୍ୟ ଥିବା ଚିକିତ୍ସା ପଦ୍ଧତି ଉପରେ ଗବେଷଣା କରୁଛନ୍ତି ।
ଭାରତର ଫାର୍ମାସ୍ୟୁଟିକାଲ ଏକ୍ସପର୍ଟ ପ୍ରୋମୋସନ କାଉନସିଲ ର ଚେୟାରମ୍ୟାନ ଦିନେଶ ଦୁଆ କହିଛନ୍ତି, “କିଛି ରୋଗୀଙ୍କ ଠାରେ କ୍ଲୋରୋକ୍ୱିନ ବିଷାକ୍ତ ପ୍ରମାଣିତ ହୋଇଛି । ସେଥିପାଇଁ ସାବଧାନତାର ସହ ଏହାର ବ୍ୟାପାର କରିବାକୁ ପଡିବ । ଯେହେତୁ ଏହା ଠିକ କାମ କରୁଛି କି ନାହିଁ ଏହା ସାବ୍ୟସ୍ତ କରୁଥିବା କୌଣସି ପ୍ରମାଣିତ ତଥ୍ୟ ନାହିଁ ।”
ତେବେ ଗତ କିଛି ଦିନ ପୂର୍ବରୁ ଆମେରିକାର କରୋନା ଆକ୍ରାନ୍ତ ଦମ୍ପତି ଡାକ୍ତରଙ୍କ ବିନା ପରାମର୍ଶରେ ନିଜ ଉପରେ ମ୍ୟାଲେରିଆ ଔଷଧ କ୍ଲୋରୋକ୍ୱିନର ପ୍ରୟୋଗ କରିଥିଲେ । ଯାହା ଫଳରେ ଏଥିରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ।
Comments are closed.