Latest Odisha News

BREAKING NEWS

ଲାଗିଲା କଟକଣା; ଭାରତ ଆକାଶରେ ଉଡ଼ିପାରିବନି ପାକିସ୍ତାନୀ ବିମାନ

ନୂଆଦିଲ୍ଲୀ: ପାକିସ୍ତାନକୁ ନେଇ ଭାରତର ବଡ ନିଷ୍ପତ୍ତି । ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ । ପାକିସ୍ତାନର ସବୁ ଉଡାଣ ଉପରେ ଲାଗିଲା କଟକଣା । ୩୦ ଏପ୍ରିଲରୁ ୨୩ ମେ, ୨୦୨୫ ପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ବିମାନକୁ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

ବୁଧବାର ଦିନ ଭାରତ Notice to Airmen (NOTAM) ଜାରି କରି ପାକିସ୍ତାନ ପଞ୍ଜୀକୃତ ଏବଂ ସାମରିକ ବିମାନ ପାଇଁ ଭାରତୀୟ ଆକାଶ ସୀମା ବନ୍ଦ କରିଦେଇଛି। ରିପୋର୍ଟ ଅନୁସାରେ, ୩୦ ଏପ୍ରିଲରୁ ୨୩ ମଇ, ୨୦୨୫ ପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ବିମାନକୁ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

ଏପଟେ ପାକିସ୍ତାନ ଭାରତର ଆକ୍ରମଣର ସମ୍ଭାବନାକୁ ନେଇ ଏତେ ଚିନ୍ତିତ ଯେ ବୁଧବାର ଦିନ ସୁରକ୍ଷା କାରଣ ଦର୍ଶାଇ ଗିଲଗିଟ, ସ୍କାର୍ଦ୍ଦୁ ଏବଂ ପାକ୍ ଅଧିକୃତ ଜମ୍ମୁ-କାଶ୍ମୀରର ଅନ୍ୟାନ୍ୟ ଅଞ୍ଚଳକୁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଦେଇଛି। ଜଣେ  ପାକ୍ ଅଧିକାରୀ କହିଛନ୍ତି ଯେ, ଜାତୀୟ ବାୟୁସେନା ସୁରକ୍ଷା ପ୍ରୋଟୋକଲର ସମୀକ୍ଷା ପରେ ଉତ୍ତର ଅଞ୍ଚଳଗୁଡ଼ିକୁ ବିମାନ ସେବା ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। ଭାରତରୁ ଆସୁଥିବା ଅନ୍ତର୍ଜାତୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇ ବିଦେଶୀ ବିମାନ ଚଳାଚଳ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି।

Comments are closed.