Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ହକି: ଭାରତର କ୍ରମାଗତ ଚତୁର୍ଥ ବିଜୟ

ବେଜିଂ:ଚଳିତ ଚାମ୍ପିୟନ୍ସ ଟ୍ରଫି ହକିରେ ଗୁରୁବାର ଭାରତ ୩-୧ ଗୋଲରେ କୋରିଆକୁ ପରାସ୍ତ କରି ବିଜୟ ଅଭିଯାନ ଜାରୀ ରଖିଛି । ଏହା ପୂର୍ବରୁ ଟିମ ଇଣ୍ଡିଆ ଚୀନକୁ ୩-୦ରେ, ଜାପାନକୁ ୫-୦ରେ ଓ ମାଲେସିଆକୁ ୮-୨ରେ ହରାଇଥିଲା । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଏବେ ଶେଷ ଲିଗ ମ୍ୟାଚରେ ଶନିବାର ପାକିସ୍ତାନକୁ ଭେଟିବ । ସୋମବାର ସେମିଫାଇନାଲ ଓ ମଙ୍ଗଳବାର ଫାଇନାଲ ମ୍ୟାଚ ଖେଳାଯିବ । ମାଲେସିଆ ବିପକ୍ଷରେ ୨ଟି ଗୋଲ ସ୍କୋର କରିଥିବା ଅରାଇଜିତ ସିଂ ହୁଣ୍ଡଲ ୮ମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ ।

ଏହା ପରେ ହରମନପ୍ରୀତ ସିଂ ୯ମ ଓ ୪୩ତମ ମିିନିଟରେ ୨ଟି ଗୋଲ ଦେଇଥିଲେ । କୋରିଆ ପକ୍ଷରୁ ଏକମାତ୍ର ଗୋଲଟି ଜିହୁନ ୟଙ୍ଗ ସ୍କୋର କରିଥିଲେ । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରୀ ରଖିଥିଲା । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଉଚ୍ଚରେ ରହିଛି ।

Comments are closed.