Latest Odisha News

ମନୁଙ୍କ ପରେ ଲକ୍ଷ୍ୟ ସେନ, ସାଇରାଜ-ଚିରାଗ ଏବଂ ହକି ଟିମର ବିଜୟ

ପ୍ୟ।ରିସ: ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ଦିବସ ଭାରତକୁ ମିଶ୍ରିତ ଫଳ ପ୍ରଦାନ କରିଛି । ଶୁଟିଂରେ ମନୁ ଭାକର ଫାଇନାଲରେ ପ୍ରବେଶ କରିବା ପରେ ବ୍ୟାଡମିଂଟନ ଏବଂ ହକିରେ ଭାରତ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ହକି ମୁକାବିଲାକୁ ଟିମ ଇଣ୍ଡିଆ ୩-୨ ଗୋଲରେ ଜିତି ନେଇଛି । ଆରମ୍ଭରୁ ଗୋଟିଏ ଗୋଲ ପଛରେ ରହିଥିଲେ ମଧ୍ୟ ଭାରତୀୟ ଖେଳାଳିମାନେ ଶୃଙ୍ଖଳିତ ପ୍ରଦର୍ଶନ କରି ମ୍ୟାଚକୁ ଜିତି ନେଇଥିଲେ । ମନଦୀପ ସିଂ,ବିବେକ ସାଗର ଓ ହରମନପ୍ରୀତ ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ ।

ବ୍ୟାଡମିଂଟନ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ଅଭିଜ୍ଞ କେଭିନ କୋର୍ଡନଙ୍କୁ ପରାସ୍ତ କରି ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ୨୧-୧୭, ୨୧-୧୪ରେ ପୂର୍ବତନ ଏକ ନମ୍ବର ଯୋଡି ଲୁକାସ କୋର୍ଭି-ରୋନନ ଲେବାଙ୍କୁ ପରାସ୍ତ କରିଛନ୍ତି । ଟେନିସର ପୁରୁଷ ଡବଲ୍ସ ମୁକାବିଲା ବର୍ଷା ଯୋଗୁ ଖେଳାଯାଇ ପାରି ନାହିଁ । ରୋହନ ବୋପାନ୍ନା ଓ ଶ୍ରୀରାମ ବାଲାଜୀ ଫ୍ରାନ୍ସର ଗାଏଲ ମୋନଫିଲ୍ସ ଓ ଇଡୁୱର୍ଡ ରୋଜରଙ୍କୁ ଭେଟିବେ । ନୂତନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଏହି ମୁକାବିଲା ଖେଳାଯିବ ।

ଟେବୁଲ ଟେନିସରେ ହରମୀତ ଦେଶାଇ ଜୋର୍ଡାନର ଜୈଦଙ୍କୁ ୧୧-୭, ୧୧-୯, ୧୧-୫ ଓ ୧୧-୫ରେ ପରାସ୍ତ କରି ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଂଟରେ ଭାରତର ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡି ଏବଂ ଏଲାବେନିଲ ଭାଲାରେଭିନ ଓ ସନ୍ଦୀପ ସିଂ ମଧ୍ୟ ୬୨୬.୩ ପଂଏଟ ସହ ପଦକ ଦୌଡରୁ ବାଦ ପଡିଛନ୍ତି । ରୋଇଂରେ ବଲରାଜ ପଂୱାର ପୁରୁଷ ସିଙ୍ଗଲ୍ସ ସ୍କଲ୍ସରେ ୪ର୍ଥ ସ୍ଥାନରେ ରହିଛନ୍ତି ।

Comments are closed.