Latest Odisha News

BREAKING NEWS

ବିରାଟଙ୍କ ଧୁଆଁଧାର ବ୍ୟାଟିଂରେ ଭାରତ ବିଜୟୀ, ସିରିଜ୍ ୧-୧ରେ ବରାବର ରହିଲା

ସିଡ଼ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଧିନାୟକ ବିରାଟ କୋହଲୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର ରଖିବାକୁ ସକ୍ଷମ ହୋଇପାରିଛି ।

ଅଷ୍ଟ୍ରେଲିଆ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ଦଳ ୨୦ ଓଭର ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୬୪ ରନ କରିପାରିଥିଲା । ଦଳ ପକ୍ଷରୁ ଡ଼ି ଆର୍ସି ସର୍ଟ ୩୩ ରନ କରିଥିଲେ । ଫିଞ୍ଚ ୨୮ ଏବଂ ୱିକେଟରକ୍ଷକ କେରୀ ୨୭ ଏବଂ ଷ୍ଟରିଜ୍ ୨୫ ରନର ଉପାଦେୟ ଇନିଂସ ଖେଳିଥିଲେ ।

ଭାରତ ପକ୍ଷରୁ ବୋଲର୍ କ୍ରୁନାଲ୍ ପାଣ୍ଡ୍ୟା ୧୯ ରନ ବିନିମୟରେ ୪ଟି ଏବଂ କୁଲଦୀପ ଯାଦବ ଗୋଟିଏ ୱିକେଟ ହାସଲ କରିପାରିଥିଲେ ।

ବିରାଟ ବାହିନୀ ୨୬୯ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ରୋହିତ ଶର୍ମା ଦୁର୍ଦ୍ଦଶ ବ୍ୟାଟିଂ କରି ମାତ୍ର ୧୬ଟି ବଲରୁ ୨ଟି ବିଶାଳ ଛକା ସହିତ ୨୩ ରନ କରିଥିଲେ । ଅନ୍ୟତମ ଷ୍ଟାଇଲିଶ୍ ଓପନର୍ ଶିଖର ଧାୱନ ମାତ୍ର ୨୨ଟି ବଲରେ ଧୁଆଁଧାର ୪୧ ରନ ସ୍କୋର କରିଥିଲେ । ଭାରତର ୬୭ ରନରେ ୨ଟି ଲଗାତର ୱିକେଟ ପତ୍ତନ ହେବାରୁ ବିରାଟ ତାଙ୍କର ବ୍ୟାଟିଂ କରିସ୍ମା ଦେଖାଇଥିଲେ । ବିରାଟ ୪୧ଟି ବଲ୍ ଖେଳି ୨ଟି ଛକା ସହିତ ୪ଟି ଚୌକା ମାରି ମୂଲ୍ୟବାନ ୬୧ ରନ କରି ଭାରତକୁ ଜିତାଇଥିଲେ । ଦିନେଶ କାର୍ତ୍ତିକ ଉପଯୋଗୀ ୨୨ ରନ କରି ଦଳକୁ ଜିତାଇବାରେ ବିରାଟଙ୍କୁ ସହଯୋଗ କରିଥିଲେ । ଭାରତ ୧୯.୪ ଓଭରରେ ୪ ୱିକେଟ ବିନିମୟରେ ୧୬୮ ରନ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିପାରିଛି ।

ଏହି ମ୍ୟାଚରେ ସୁନ୍ଦର ବୋଲିଂ ପ୍ରଦର୍ଶନ ଳାଗି କ୍ରୁନାଲ ପାଣ୍ଡ୍ୟାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷିତ କରାଯାଇଥିବା ବେଳେ ତିନୋଟି ମ୍ୟାଚରେ ଉନ୍ନତ ବ୍ୟାଟିଂ କରିଥିବା ଭାରତୀୟ ଓପନର ଶିଖର ଧାୱନ ‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.