Latest Odisha News

BREAKING NEWS

ଦୀପା କର୍ମକାର ଜିତିଲେ ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ବ୍ରୋଞ୍ଜ୍ ମେଡ଼ାଲ

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାରର ଜର୍ମାନୀରେ ଚାଲିଥିବା ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଅଲିମ୍ପିକ୍ସରେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିବା ଏହି ଭାରତୀୟ ଜିମ୍ନାଷ୍ଟିକ୍ସ ସେନସେସନ୍ ଦୀପା ଆଜି ୧୪.୩୧୬ ପଏଣ୍ଟ ହାସଲ କରି କାଂସ୍ୟ ପଦକ ହାସଲ କରିଛନ୍ତି ।

ବ୍ରାଜିଲୀୟ ଜିମ୍ନାଷ୍ଟ ରେବେକା ଆଣ୍ଟ୍ରାଡ଼େ ୧୪.୭୨୮ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆମେରକାର ମହିଳା ଜିମ୍ନାଷ୍ଟିକ ଖେଳାଳି ଜେଡ଼ କେରେ ୧୪.୫୧୬ ପଏଣ୍ଟ ହାସଲ କରି ରୌପ୍ୟ ପଦକ ହାସଲ କରିପାରିଛନ୍ତି ।

ଦୀପା ବିଶ୍ୱକପ ପଦକ ହାସଲ କରିବା ପରେ ଆସନ୍ତା ୨୦୨୦ ମସିହା ଟୋକିଓ ଅଲିମ୍ପିକ୍ସର ୮ଟି କ୍ୱାଲିଫାଇଙ୍ଗ ଇଭେଣ୍ଟରେ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।

Leave A Reply

Your email address will not be published.