ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ । ଜାପାନକୁ ଟପି ପଞ୍ଚମରୁ ୪ର୍ଥ ସ୍ଥାନକୁ ଉନ୍ନୀତ ହେଲା ଭାରତ । ଏନେଇ ସୂଚନା ଦେଲେ ନିତି ଆୟୋଗ ସିଇଓ ବି.ବି.ଆର୍ ସୁବ୍ରମଣ୍ୟମ । ଆମେରିକା, ଚୀନ ଓ ଜର୍ମାନୀ ପରେ ୪ର୍ଥ ସ୍ଥାନରେ ରହିଛି ଭାରତ । IMFର ତଥ୍ୟ ଅନୁସାରେ ଭାରତ ଏବେ ୪ର୍ଥ ସ୍ଥାନରେ ରହିଥିବା ସୂଚନା ।
ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ ବି.ବି.ଆର୍ ସୁବ୍ରମଣ୍ୟମ କହିଥିଲେ ଯେ, “ବର୍ତ୍ତମାନ ବିଶ୍ୱ ରାଜନୈତିକ ଏବଂ ଅର୍ଥନୈତିକ ପରିବେଶ ଭାରତ ସପକ୍ଷରେ ଅଛି । ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ପାଲଟିଛି । ଆଜି ଆମର ଅର୍ଥ ବ୍ୟବସ୍ଥା ୪ ଟ୍ରିଲିଅନ ଡଲାରରେ ପହଞ୍ଚିଛି I MF ଅନୁଯାୟୀ, ଆଜି ଭାରତର ଅର୍ଥନୀତି ଜାପାନଠାରୁ ଅଧିକ ହୋଇଯାଇଛି।”
ସେ ଆହୁରି କହିଛନ୍ତି ଯେ, ଭାରତ ଏ କ୍ଷେତ୍ରରେ ଇତିହାସ ରଚିଛି । ବର୍ତ୍ତମାନ କେବଳ ଆମେରିକା, ଚୀନ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ରହିଛି । ଆମେ ଆମ ଯୋଜନାକୁ ଅନୁସରଣ ଜାରି ରଖିଲେ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଜର୍ମାନୀକୁ ପଛରେ ପକାଇ ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇପାରିବା ।
#WATCH | Delhi: After 10th NITI Aayog Governing Council Meeting, BVR Subrahmanyam, CEO of NITI Aayog, says, "…We are the 4th largest economy as I speak. We are a $4 trillion economy as I speak, and this is not my data. This is IMF data. India today is larger than Japan. It's… https://t.co/mnSaO6275T pic.twitter.com/oak0V1q8LH
— ANI (@ANI) May 25, 2025
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆପଲକୁ ନେଇ ଦିଆଯାଇଥିବା ଧମକ ବିଷୟରେ ସୁବ୍ରମଣ୍ୟମ କହିଛନ୍ତି, “ଶୁଳ୍କ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ଉତ୍ପାଦନ ପାଇଁ ଏକ ସୁଲଭ ସ୍ଥାନ ହୋଇ ରହିବ । ସେ ଏହା ମଧ୍ୟ କହିଛନ୍ତି ଯେ ଆସେଟ ମନିଟାଇଜେସନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଏହା ଅଗଷ୍ଟରେ ଆରମ୍ଭ ହେବ।”
Comments are closed.