ଭୋପାଳ: ଅକ୍ଟୋବର ପୂର୍ବରୁ ଇଣ୍ଡିଆ ମେଣ୍ଟର ପ୍ରସ୍ତାବିତ ରାଲି ଭୋପାଳରେ ହେବ ନାହିଁ । ଏହି ରାଲିକୁ ରଦ୍ଦ କରି ଦିଆଯାଇଛି । ଏ ବିଷୟରେ ସୂଚନା ଦେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ କହିଛନ୍ତି, ଭୋପାଳରେ ଏହି ରାଲି ହେବ ନାହିଁ । କଂଗ୍ରେସ ପାର୍ଟିର ମହାସଚିବ ରଣଦୀପ ସୁରଜେପାଲା ସୂଚନା ଦେଇ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ଏବଂ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀଙ୍କ ସହ ଆଲୋଚନା ଚାଲିଛି । ରାଲି କେବେ ହେବ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।
ଏପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମେଣ୍ଟର ପ୍ରସ୍ତାବିତ ରାଲି ବନ୍ଦ ହେବା ପରେ ବିରୋଧୀଙ୍କୁ ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ରଦ୍ଦ କରି ଦିଆଗଲା । କାରଣ ଲୋକ କ୍ଷୁବ୍ଧ ଅଛନ୍ତି । ସେମାନେ ସନାତନ ଧର୍ମର ଅପମାନ କରିଛନ୍ତି । ସେ କହିଛନ୍ତି, ସନାତନ ଧର୍ମର ଅପମାନ ଏମପିର ଜନତା ସନାତନ ଧର୍ମର ଏପରି ଅପମାନ ବରଦାସ୍ତ କରିପାରିବେ ନାହିଁ । ଜନତା ଏହାକୁ ନେଇ କ୍ଷୁବ୍ଧ ଅଛନ୍ତି ତେଣୁ ରାଲି ବନ୍ଦ କରି ଦିଆଗଲା ବୋଲ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ।
ସେ କଂଗ୍ରେସକୁ ସମାଲୋଚନା କରି କହିଚନ୍ତି,ସବୁଠାରୁ ପୁରୁଣ ଦଳ ହେଲେ ବେଶି ଅରାଜକତା । ପୋଷ୍ଟରରେ କାହାର ଫଟୋ ରହିବ ତାକୁ ନେଇ ଲୋକ ଲଢୁଛନ୍ତି । ବିଜେପିରେ ନିର୍ବାଚନ ସମୟରେ ପ୍ରତ୍ୟେକ କର୍ମୀ କାମରେ ଲାଗି ରୁହନ୍ତି ।
ସୂଚନାଥାଉ କି, ସେପ୍ଟେମ୍ବର ୧୯ ଅର୍ଥାତ ଗଣେଶ ପୂଜାରୁ କଂଗ୍ରେସର ଜନ ଆକ୍ରୋଶ ଯାତ୍ରା ଆରମ୍ଭ ହେଉଛି । ଦଳୀୟ ନେତା ୧୫ ଦିନରେ ୨୩୦ ବିଧାନସଭା ଆସନରରେ ୧୧, ୪୦୦ କିମି ଯାତ୍ରା କରିବେ । ଏହାର ନେତତ୍ୱ ନେଇଛନ୍ତି ବିରୋଧୀ ଦଳ ନେତା ଡା. ଗୋବିନ୍ଦ ସିଂହ ।
Comments are closed.