Latest Odisha News

BREAKING NEWS

ବିଦାୟୀ ମ୍ୟାଚରେ ଗୋଲ କରିପାରିଲେ ନାହିଁ ଛେତ୍ରୀ

କୋଲକାତା: ଭାରତର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ନୈରାଶ୍ୟଜନକ ଢ଼ଙ୍ଗରେ ଶେଷ ହୋଇଛି । ସଲ୍ଟ ଲେକ ଷ୍ଟାଡିୟମରେ ଫିଫା ବିଶ୍ୱକପ କ୍ୱାଲିଫାୟର ମୁକାବିଲାରେ ଭାରତ ଓ କୁଏଟ ସାମ୍ନା ସାମ୍ନି ହୋଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଗୋଲଶୂନ୍ୟ ଭାବେ ଡ୍ରରେ ଶେଷ ହୋଇଥିଲା । ଭାରତୀୟ ଟିମ ସୁନୀଲଙ୍କୁ ସ୍ୱର୍ଣ୍ଣିମ ବିଦାୟ ଦେବାରେ ସଫଳ ହୋଇପାରି ନ ଥିଲେ । ସୁନୀଲ ମଧ୍ୟ ଗୋଲ କରିପାରି ନ ଥିଲେ । ମ୍ୟାଚ ପରେ ସେ ଲ୍ୟାପ ଅଫ ହନର ନେଇଥିଲେ ଏବଂ ଭାବପ୍ରବଣ ହୋଇ ପଡିଥିଲେ । ଫୁଟବଲକୁ ଅଲବିଦା କହିବା ତାଙ୍କ ପକ୍ଷେ ଏତେ ସହଜ ନ ଥିଲା ।

ମ୍ୟାଚ ଡ୍ର ରହିବା ପରେ ଭାରତର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା କ୍ଷୀଣ ହୋଇଛି । ଏବେ ଦଳ କାତାରକୁ ହରାଇବା ସହ ଅନ୍ୟ ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭରଶୀଳ ରହିବ । ସୁନୀଲ ଆନ୍ତର୍ଜାତୀୟ କ୍ୟାରିୟରରେ ୧୫୧ ମ୍ୟାଚରେ ୯୪ ଗୋଲ ସ୍କୋର କରିଛନ୍ତି ।

Leave A Reply

Your email address will not be published.