Latest Odisha News

BREAKING NEWS

ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ସମାଲୋଚନା କଲା ୟୁକ୍ରେନ୍

ନୂଆଦିଲ୍ଲୀ: G7 ଦେଶ ଓ ସହଯୋଗୀଙ୍କ ପକ୍ଷରୁ ଋଷର ତେଲ ଉପରେ ପ୍ରାଇସ୍ କ୍ୟାପକୁ ଭାରତ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛ । ଭାରତର ଏହି ନିଷ୍ପତ୍ତି ପରେ ୟୁକ୍ରେନର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେୱା କହିଛନ୍ତି, ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ବଦଳରେ ଋଷ ଠାରୁ ଭାରତ ଶସ୍ତାରେ ତେଲ କିଣୁଛି ।

ସେ ଆହୁରି କହିଛନ୍ତି, ଭାରତ ଋଷ ଠାରୁ ଶସ୍ତା ତେଲ କିଣିବା ଜାରି ରଖିବାକୁ ଚାହୁଁଥିଲେ ସମାନ୍ତରଳ ଭାବେ ୟୁକ୍ରେନକୁ ସହାୟତା ପାଇଁ ପ୍ରସ୍ତୁତ ରହୁ । ପ୍ରତିଟି ନିଜର ଅର୍ଥନୀତିକୁ ଆଗେଇ ନେବା ଅଧିକାର ରହିଛି । କିନ୍ତୁ ଆମେ ଆମ ଭାରତୀୟ ସହଯୋଗୀଙ୍କୁ କହିବାକୁ ଚାହୁଁ ଋଷ ଉପରେ ଅନେକ କଟକଣା ରହିଛି । ଫଳରେ ଋଷ ଶସ୍ତାରେ ତେଲ ବିକୁ, ୟୁକ୍ରେନ ପ୍ରତି ଆକ୍ରାମଣାତ୍ମକ ହୋଇଛି ।

ଏହା ପୂର୍ବରୁ ଡିସେମ୍ବର ୧୧ରେ ଜି୭ ଦେଶ ଓ ସହଯୋଗୀ ପକ୍ଷରୁ ପ୍ରାଇସ୍ କ୍ୟାପ ଉପରେ ଭାରତର ସମର୍ଥନକୁ ସ୍ୱାଗତ କରାଯାଇଥିଲା । ଯେଉଁଥିରେ ଋଷର ଅଶୌଧିତ ତୈଳକୁ ବ୍ୟାରେଲ୍ ପିଛା ୬୦ ଡଲାରରେ ସିଲ୍ କରାଯାଇଥିଲା । ଇରାକ, ୟୁଏଇ ସହ ୩୯ଟି ଦେଶରୁ ଭାରତ ଅଶୌଧିତ ତୈଳ ଆମଦାନୀ କରିଥାଏ ।

Leave A Reply

Your email address will not be published.