Latest Odisha News

BREAKING NEWS

ବିଜେପି ନେତା ଶୁଭେନ୍ଦୁଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ବିଜେପି ନେତା ଶୁଭେନ୍ଦୁ ଆସନସୋଲରେ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ଅତ୍ୟଧିକ ଭୀଡ ହେବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ରିପୋର୍ଟ ୫ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ବ୍ୟକ୍ତିମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ କୌଣସି ପ୍ରକାରର ଅନୁମତି ନିଆଯାଇ ନ ଥିବା ପୋଲିସ କମିଶନର କହିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ବିଜେପି ବିଧାୟକ ଜିତେନ୍ଦ୍ର ତିୱାରୀ ଆୟୋଜନ କରିଥିଲେ । ଶୀତ ଦିନକୁ ଆଖି ଆଗରେ ରଖି ଆର୍ଥୀକ ଅନଗ୍ରସର ଲୋକଙ୍କ ପାଇଁ ୫୦୦୦ କମ୍ବଳ ବଂଟାଯିବା ସ୍ଥିର ହୋଇଥିଲା । ହଠାତ ଲୋକଙ୍କ ସଂଖ୍ୟା ବଢ଼ିଯିବାରୁ ଏ ଭଳି ପରିସ୍ଥିତି ଉପୁଜିଥିଲା । ମୃତକଙ୍କ ମଧ୍ୟରେ ୧୨ ବର୍ଷୀୟା ଜଣେ ନାବାଳିକା ଥିବା ବେଳେ ୨ ଜଣ ମହିଳା ଅଛନ୍ତି । ଏହି ଘଟଣାରେ ଶୁଭେନ୍ଦୁ କ୍ଷମା ମାଗନ୍ତୁ ବୋଲି ଟିଏମସି ନେତା କୁଣାଳ ଘୋଷ ଦାବୀ କରିଛନ୍ତି ।

Leave A Reply

Your email address will not be published.