Latest Odisha News

BREAKING NEWS

ଜୋନାଲ ମିଟରେ ଓଡିଶାର ବୀରେନ୍ଦ୍ରଙ୍କୁ ରୌପ୍ୟ, ଜାତୀୟ ପ୍ରତିଯୋଗିତା ପାଇଁ ହାସଲ କଲେ ଯୋଗ୍ୟତା

ଇନ୍ଦୋର: ଓଡିଶାରେ କ୍ରୀଡାର ବିକାଶ ଘଟିବାରେ ଲାଗିଛି । ରାଜ୍ୟର ପ୍ରଥମ ପାରା ଶୁଟର ବୀରେନ୍ଦ୍ର ବଳିୟାରସିଂ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଜୋନାଲ ପାରା ଶୁଟିଂ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଷ୍ଟାଣ୍ଡିଂ ଏସଏଚ-୧ ପୁରୁଷ ୧୦ ମିଟର ଇଭେଂଟରେ ରୌପ୍ୟ ପଦକ ଜିତିଛନ୍ତି । ଏଥିସହ ସେ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ଜାତୀୟ ପାରା ଶୁଟିଂ ଚାମ୍ପିୟନଶିପ ୨୦୨୨ରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଓଡିଶା ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ଶୁଟିଂ ଏଚପିସିରେ ସେ ପ୍ରଶିକ୍ଷଣ ନେଉଛନ୍ତି ।

Leave A Reply

Your email address will not be published.