Latest Odisha News

ୟୁକ୍ରେନ-ରୁଷ ଯୁଦ୍ଧ ଶେଷ କରିବା ଦିଗରେ ଭାରତ ସହଯୋଗ କରିପାରେ-ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ:ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ କରିବା ଦିଗରେ ଭାରତ ସହଯୋଗ କରିବ  । ଏମିତି ସୂଚନା ଦେଇଛନ୍ତି ୟୁକ୍ରେନରେ ଥିବା ଆମେରିକା ରାଷ୍ଟ୍ରଦୂତ ବ୍ରିଜେଟ ଏ ବ୍ରିଙ୍କ । ସେ ବୁଧବାର କହିଛନ୍ତି, ବିଶ୍ୱସ୍ତରରେ ଭାରତ ତାର ସ୍ଥିତି ମଜବୁତ କରିବା ଏବଂ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ସହ ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ କରିବା ଦିଗରେ ସହଯୋଗ କରିପାରେ ।

କିଛି ଭାରତୀୟ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଭର୍ଚୁଆଲ ସମ୍ମିଳନୀରେ ବ୍ରିଙ୍କ କହିଛନ୍ତି,   ବିଭିନ୍ନ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ କ୍ଷେତ୍ରରେ ଭାରତର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି । ୟୁକ୍ରେନ-ରୁଷ ଯୁଦ୍ଧର ନକାରାତ୍ମକ ପ୍ରଭାବକୁ ନେଇ ନୂଆଦିଲ୍ଲୀରେ ଯେପରି ଚିନ୍ତା ପ୍ରକାଶ କରାଯାଇଛି, ଏଥିରୁ ଜଣାପଡୁଛି ଯେ ଏହି ସଙ୍କଟକୁ କମ କରିବା ପାଇଁ ଭାରତ ଆଗେଇ ଆସିପାରେ ।

ସେ କହିଥିଲେ, ସ୍ୱତନ୍ତ୍ରତା ଏବଂ ଲୋକତନ୍ତ୍ରଙ୍କୁ ସମର୍ଥନ ଯୋଗାଇ ଦେବା ପାଇଁ ଭାରତ ସମେତ ବିଶ୍ୱର ସମସ୍ତ ସହଯୋଗୀ ରାଷ୍ଟ୍ର ସହ କାମ କରିବା ଲାଗି ଆମେରିକା ଆଶା ରଖିଛି । ବ୍ରିଙ୍କ ଆହୁରି କହିଥିଲେ, ୟୁକ୍ରେନ ରାଜଧାନୀ କିଭରେ ପ୍ରତିଦିନ ୨ଟି ଜିନିଷ ଦେଖିବାକୁ ମିଳୁଛି । ଯୁଦ୍ଧଙ୍କ ବିନାଶକାରୀ ପ୍ରଭାବ ଏବଂ ୟୁକ୍ରେନ ଲୋକଙ୍କର ଚିଡଚିଡାପଣ ।

ରାଷ୍ଟ୍ରଦୂତ କହିଥିଲେ, ଜି-୨୦ରେ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ..ଏହି ଥିମକୁ କାର୍ଯ୍ୟକାରୀ କରାଇବା ପାଇଁ ଭାରତର ଆହ୍ୱାନ ଏମିତି ଏକ ଭାବନାକୁ ଦର୍ଶାଉଛି ଯାହା ଶାନ୍ତି ଫେରି ପାଇବା ପାଇଁ ଜରୁରୀ’  । ଚଳିତବର୍ଷ ଜି-୨୦ରେ ଅଧ୍ୟକ୍ଷତା କରିବା ସହ ଭାରତର ନେତୃତ୍ୱ ବିଶ୍ୱ ଘଟଣାକ୍ରମକୁ ରୂପ ଦେବା ପାଇଁ ଖୁବ ଗୁରୁତ୍ୱ ରଖୁଛି । ଏଥିରେ ୟୁକ୍ରେନ ପ୍ରସଙ୍ଗ ବି ରହିଛି ବୋଲି ବ୍ରିଙ୍କ କହିଛନ୍ତି ।

 

Comments are closed.