Latest Odisha News

BREAKING NEWS

ଟି-୨୦ ବିଶ୍ୱକପ: ସେମିଫାଇନାଲ ମ୍ୟାଚ ନଖେଳି ସିଧା ଫାଇନାଲ ଖେଳିପାରିବ ଭାରତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ପାଇଁ ସେମିଫାଇନାଲ ରାଉଣ୍ଡରେ ୪ଟି ଦଳ ଖେଳିବେ। ପ୍ରଥମ ସେମିଫାଇନାଲ ମୁକାବିଲା ନଭେମ୍ବର ୯ ତାରିଖରେ ସିଡନୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରହିଛି। ସେହିପରି ନଭେମ୍ବର ୧୦ରେ ଭାରତ ବନାମ ଇଂଲଣ୍ଡ ରହିଛି ଆଡିଲେଡରେ। ଟିମ୍ ଇଣ୍ଡିଆ ୧୫ ବର୍ଷ ପରେ ବିଶ୍ୱକପ ଜିତିବା ଉପରେ ନଜର ରଖିଛି। କିନ୍ତୁ ଏହାପୂର୍ବରୁ ଭାରତ ଇଂଲଣ୍ଡକୁ ହରାଇବାକୁ ପଡିବ। ତେବେ ସେମିଫାଇନାଲ ମ୍ୟାଚ୍ ଖେଳି ନପାରି ଭାରତ ଫାଇନାଲରେ ପହଞ୍ଚିପାରିବ। କେବଳ ଭାରତ ନୁହେଁ, ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସେମିଫାଇନାଲ ନଖେଳି ଫାଇନାଲରେ ପହଞ୍ଚିପାରିବ।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ କେବଳ ସେହି ପରିସ୍ଥିତିରେ ଖେଳି ଫାଇନାଲରେ ପହଞ୍ଚି ପାରିବେ, ଯେତେବେଳେ ବର୍ଷା ହେତୁ ଉଭୟ ସେମିଫାଇନାଲ ମ୍ୟାଚ ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳିପାରିବେ।

ନିୟମ ଅନୁଯାୟୀ, ମ୍ୟାଚ୍ ବାତିଲ ହେଲେ ଉଭୟ ଦଳର ଶୀର୍ଷ ଟିମ୍ ସିଧାସଳଖ ଫାଇନାଲରେ ପ୍ରବେଶ କରିବେ। ଗ୍ରୁପ ୧ରେ ନ୍ୟୁଜିଲ୍ୟାଣ୍ଡ ଦଳ ୭ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ଭାରତ ୮ ପଏଣ୍ଟ ସହ ଗ୍ରୁପ୍ ୨ ର ଶୀର୍ଷରେ ରହିଛି।

ଏଭଳି ରିପୋର୍ଟର ସମ୍ଭାବନା ଏଥିପାଇଁ ଆସିଛି କାରଣ ସିଡନୀର ପାଣିପାଗ ରିପୋର୍ଟ କହୁଛି ମ୍ୟାଚ୍ ଦିନ ୫୦ ପ୍ରତିଶତରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଯଦିଓ ପାଣିପାଗ ପ୍ରତି ମୁହୂର୍ତ୍ତରେ ବଦଳିପାରେ। ଏଭଳି ପରିସ୍ଥିତିରେ ପାକିସ୍ତାନ ଚାହିଁବ ବର୍ଷା ନହେଉ। ନଚେତ୍ ସେ ଫାଇନାଲ ମୁକାବିଲା ଖେଳିବା ପାଇଁ ଯେଉଁ ଆଶା ରଖିଛି ତାହା ଧୂଳିସାତ ହୋଇଯିବ। ଅନ୍ୟପକ୍ଷରେ, ଯଦି ଆମେ ନଭେମ୍ବର ୧୦ ରେ ଆଡିଲେଡର ପାଣିପାଗ କଥା ଦେଖିବା ତେବେ ବର୍ଷା ହେବାର ସମ୍ଭାବନା ମାତ୍ର ୪ ପ୍ରତିଶତ ରହିଛି। ଚଳିତ ବିଶ୍ୱକପରେ ବର୍ଷା ପାଇଁ ଗୋଟିଏ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା।

Comments are closed.