ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ୦-୩ରେ ହାରିବା ପରେ ଭାରତୀୟ କ୍ରିକେଟ ଟିମର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ପ୍ରବେଶ କଷ୍ଟକର ହୋଇପଡିଛି । ଏବେ ବର୍ଡର-ଗାଭାସ୍କର ଟ୍ରଫି ସିରିଜ ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଟି ମ୍ୟାଚ ଜିତିଲେ ସିଧାସଳଖ ଫାଇନାଲରେ ପ୍ରବେଶ କରିପାରିବ । ଏହା ବ୍ୟତୀତ ଯଦି ସିରିଜ ଡ୍ର ରୁହେ ତେବେ ମଧ୍ୟ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିପାରିବ । ଅବଶ୍ୟ ଏଥିପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ନିର୍ଭର କରିବ ।
ଯଦି ବର୍ଡର-ଗାଭାସ୍କର ଟ୍ରଫି ୦-୦, ୧-୧, ୨-୨ରେ ଡ୍ର ରୁହେ ତେବେ ଭାରତ ପଂଏଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଖସି ଆସିବ । ଏହା ପରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ଜିତିବାକୁ ପଡିବ । ଅପରପକ୍ଷରେ ଦକ୍ଷିଣଆଫ୍ରିକାକୁ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚ ହାରିବାକୁ ପଡିବ । ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା ବଦଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ରୁ ୪ ମ୍ୟାଚ ଜିତି ସୁବିଧାରେ ଫାଇନାଲରେ ପ୍ରବେଶ କରିବାକୁ ଚାହିଁବ ।
Comments are closed.