Latest Odisha News

ରୋମାଂଚକ ମୁକାବିଲାରେ ଟୋୟାମ ହାଇଦ୍ରାବାଦକୁ ହରାଇଲା ଇଣ୍ଡିଆ କ୍ୟାପିଟାଲ୍ସ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶନିବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଇଣ୍ଡିଆ କ୍ୟାପିଟାଲ୍ସ ୧ ରନରେ ଟୋୟାମ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିଥିଲା । ବେନ ଡକ ୩୫ ବଲରୁ ୬୦ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଲିନ ଡେ ଗ୍ରାଣ୍ଡହୋମ (୩୧ ନଟଆଉଟ) ଓ ଆଶଲେ ନର୍ସ(୩୦) ରନ କରିଥିଲେ । ସାମିଉଲ୍ଲାହ ଶିନୱାରି ୨ଟି ୱିକେଟ ନେଇଥିଲେ । ଜବାବରେ ଟୋୟାମ ଟିମ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୮୪ ରନ କରିବାକୁ ସକ୍ଷମ ହୋଇଥିଲା ।

ଜର୍ଜ ୱାକର(୫୨), ପିଟର ଟ୍ରୋଗୋ( ୩୭ ନଟଆଉଟ) ଓ ଗୁରକୀରଟ ସିଂ (୨୮) ରନ କରିଥିଲେ । ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ରାହୁଲ ଶର୍ମା ଓ ଧାୱଲ କୂଲକର୍ଣ୍ଣି ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଶୁକ୍ରବାର ଇରଫାନ ପଠାନ ନେତୃତ୍ୱାଧୀନ ମଣିପାଲ ଟାଇଗର୍ସକୁ ହରାଇ କୋଣାର୍କ ସୂର୍ଯ୍ୟାସ ଓଡିଶା ତାର ବିଜୟ ଅଭିଯାନ ଆରମ୍ଭ କରିଛି ।

Leave A Reply

Your email address will not be published.