Latest Odisha News

BREAKING NEWS

ବିଶ୍ୱକପରେ ଅଜବ ଗଜବ ସଂଯୋଗ: ଜିମ୍ବାୱେଠାରୁ ଅଷ୍ଟ୍ରେଲିଆ ହାରିଲେ, ଭାରତ ହେଉଛି ଚାମ୍ପିୟନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ହରାଇ ଜିମ୍ବାୱେ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବଡ ବିପର୍ଯ୍ୟୟ ଘଟାଇଛି । ତେବେ ଏହି ପରାଜୟ ଭାରତୀୟ ପ୍ରଶଂସକଙ୍କୁ ଉତ୍ସାହିତ କରୁଛି । ବିଶ୍ୱକପରେ ଏକ ବଡ ସଂଯୋଗ ଅନୁସାରେ ଅଷ୍ଟ୍ରେଲିଆ ଯେବେ ବି ଜିମ୍ବାୱେକୁ ହରାଇଛି ଭାରତ ବିଶ୍ୱ ଚାମ୍ପିୟନ ହୋଇଛି । ଟି୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିମ୍ବାୱେର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି । ୨୦୦୭ରେ ଜିମ୍ବାୱେ ୫ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଥିଲା । ୧୯୮୩ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ଜିମ୍ବାୱେ ହରାଇଥିଲା । କପିଳ ଦେବଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ୱେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା ।

୨୦୦୭ ଟି୨୦ ବିଶ୍ୱକପରେ ଗ୍ରୁପ ବିର ଏକ ମୁକାବିଲାରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ଜିମ୍ବାୱେ ପରାସ୍ତ କରିଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା । ଚଳିତ ଟି୨୦ ବିଶ୍ୱକପରେ ଜିମ୍ବାୱେ ପୂନର୍ବାର ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତ ଚାମ୍ପିୟନ ହେବା ଆଶା ଉଜ୍ଜୀବୀତ ହୋଇଛି । ଗତ ସଂସ୍କରଣରେ ଭାରତ ଟାଇଟଲ ହାସଲ କରିଥିଲା । ଏବେ ଘରୋଇ ପରିବେଶରେ ଏହା ବଜାୟ ରଖିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.