Latest Odisha News

କାଲି ଭାରତ ଓ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ହେବ। ଅର୍ଥାତ୍ ରବିବାର ଦିନ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଅବଶିଷ୍ଟ ଷ୍ଟାଣ୍ଡଅଫ୍ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂକ୍ରାନ୍ତରେ ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ। ସୀମାରେ ରବିବାର ଦିନ ଭାରତର ଲଦାଖ କର୍ପସ କମାଣ୍ଡର ଏବଂ ଚାଇନାର ଦକ୍ଷିଣ ଜିନଜିଆଙ୍ଗ ମିଲିଟାରୀ କମାଣ୍ଡରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଅଧିକାରୀମାନେ କହିଛନ୍ତି ଯେ ୧୩ ତମ ପର୍ଯ୍ୟାୟ ସାମରିକ ଆଲୋଚନା ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ଉଭୟ ପକ୍ଷ ସବିଶେଷ ଆଦାନ ପ୍ରଦାନ କରିଛନ୍ତି। ସାମରିକ ସୂତ୍ରରୁ ପ୍ରକାଶ ଯେ ହଟ୍ ସ୍ପ୍ରିଙ୍ଗସ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପରବର୍ତ୍ତୀ ପର୍ଯ୍ୟାୟ କର୍ପସ କମାଣ୍ଡର ସ୍ତରୀୟ ବୈଠକରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

ଉଲ୍ଲେଖନୀୟ ବିଷୟ ହେଉଛି, ଭାରତ ବିଭିନ୍ନ ସ୍ତରରେ ସ୍ପଷ୍ଟ କରିଛି ଯେ ସୀମାରେ ସ୍ଥିତିର କୌଣସି ପରିବର୍ତ୍ତନ ଗ୍ରହଣ କରାଯିବ ନାହିଁ।

Comments are closed.