Latest Odisha News

୧୦୦ ବିଲିୟନ ଡଲାର କ୍ଲବ୍‌ରେ ସାମିଲ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାରର ସମ୍ପତ୍ତି ସହିତ ଜେଫ୍ ବେଜୋସ୍ ଏବଂ ଏଲୋନ୍ ମସ୍କଙ୍କ ସହ ବିଶ୍ୱର ସବୁଠାରୁ ସ୍ୱତନ୍ତ୍ର ଧନୀ କ୍ଲବରେ ସାମିଲ ହୋଇଛନ୍ତି। ରିଲାଏନ୍ସ ଇଣ୍ଡିଆ ଲିମିଟେଡର ଚେୟାରମ୍ୟାନ୍ ୧୧ ଜଣ ପୁରୁଷଙ୍କ ବିରଳ ଗୋଷ୍ଠୀରେ ପ୍ରବେଶ କରିଥିଲେ କାରଣ ତାଙ୍କ କମ୍ପାନୀର ଷ୍ଟକ୍ ଶୁକ୍ରବାର ଏକ ରେକର୍ଡ ସ୍ତରକୁ ପହଞ୍ଚିଛି। ତାଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧୦୧୦ ବିଲିୟନ ଡ଼ଲାରରେ ପହଞ୍ଚିଛି।

ମୋଟ ୨୨୨ ବିଲିୟନ ଡ଼ଲାର ସହିତ ଏଲୋନ୍ ମସ୍କ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି। ମସ୍କ ହେଉଛନ୍ତି ସ୍ପେସ୍ ଏକ୍ସର ପ୍ରତିଷ୍ଠାତା ତଥା ସିଇଓ।

ବିଶ୍ବର ସର୍ବ ବୃହତ ବିଳାସପୂର୍ଣ୍ଣ ସାମଗ୍ରୀ କମ୍ପାନୀ ବର୍ନାର୍ଡ ଆର୍ନାଲ୍ଟ ମୁଖ୍ୟ ଲୁଇସ୍‌ ଭୁଇଟନ ୧୫୬ ବିଲିୟନ ଡ଼ଲାରର ସମ୍ପତ୍ତି ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।

ଏହାପୂର୍ବରୁ, ମୁକେଶ ଅମ୍ବାନୀ କ୍ରମାଗତ ୨୧ ତମ ବର୍ଷ ପାଇଁ ୨୦୨୧ ମସିହାରେ ୧୦୦ ଧନୀ ଭାରତୀୟ ତାଲିକାରେ ୨୦୨୧ ଫୋର୍ବସ୍ ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିଲେ। ତାଲିକା ଅନୁଯାୟୀ, ଗତ ୧୨ ମାସ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତାଙ୍କ ସମ୍ପତିର ଆନୁମାନିକ ମୂଲ୍ୟରେ ୪ ବିଲିୟନ ଡ଼ଲାର୍ ଯୋଡିଛନ୍ତି। ଟେଲିକମ୍, ଡିଜିଟାଲ୍ ଏବଂ ଖୁଚୁରା ବ୍ୟବସାୟରେ ଲାଭ ହେତୁ ଷ୍ଟକ୍ ମାର୍କେଟରେ RIL ର କ୍ରମାଗତ ବୃଦ୍ଧି ହେତୁ ତାଙ୍କର ସମ୍ପତିରେ ମଧ୍ୟ ଅଭିବୃଦ୍ଧି ହୋଇଛି।

Leave A Reply

Your email address will not be published.