Latest Odisha News

ଶାନ୍ତି ପାଇଁ ଭାରତ-ଚୀନ ସହମତି, ଫୋନ୍‌ରେ ୱାଙ୍ଗ ୟିଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ଘାଟିରେ ଶାନ୍ତି ପାଇଁ ସହମିତି ପ୍ରକାଶ କଲେ ଭାରତ-ଚୀନ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ଘଟିଥିବା ସଂଘର୍ଷ ପରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି । ଦୁହେଁ ଫୋନ୍ ଯୋଗେ କଥା ହୋଇଛନ୍ତି ।

ଏହି ଘଟଣା ପାଇଁ ଦାୟୀ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ୱାଙ୍ଗ ଦାବି କରିଛନ୍ତି । ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ଏହାର ସମାଧାନ କରାଯିବା ଆବଶ୍ୟକ ବୋଲି ଚାଇନା କହିଛି ।

ସୂଚନାଯୋଗ୍ୟ ଯେ, ଲଦାଖର ଗଲୱାନ ଘାଟିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ହୋଇଥିଲେ । ସେହିପରି ଚୀନ୍‌ର ମଧ୍ୟ ୩୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ପିଟିଆଇ ସୂଚନା ଦେଇଛି ।

Comments are closed.