Latest Odisha News

BREAKING NEWS

ମହାପ୍ରଭୁଙ୍କୁ ମାଉସୀ ଖୁଆଇବେ ପୋଡ଼ପିଠା: କେମିତି ଚାଲିଛି ପ୍ରସ୍ତୁତି, ଜାଣନ୍ତୁ

ପୁରୀ: ସେହି କୃପାମୟ ପ୍ରେମମୟ ଦୟାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ଏପରି ଏକ ଠାକୁର ଯିଏ ନିଜ ମନ୍ଦିର ଆସ୍ଥାନରୁ ଉଠି ଲକ୍ଷ ଲକ୍ଷ ଜନସମୂଦ୍ରରେ ମିଶିଯାଆନ୍ତି । ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ସାରା ବିଶ୍ୱର କୋଟି କୋଟି ଜନତା ଦର୍ଶନ କରିବାର ସୌଭାଗ୍ୟ ଲାଭ କରନ୍ତି । ଏ ଜାତିର ଏକମାତ୍ର ପ୍ରକୃତ ନେତା ଶ୍ରୀଜଗନ୍ନାଥଙ୍କ ରୂପରେ ସ୍ୱୟଂ ନାରାୟଣ ସାଧାରଣ ଜନତାଙ୍କ ଦୁଃଖ ହରଣ କରନ୍ତି ଏହି ରଥଯାତ୍ରା ମହୋତ୍ସବରେ । ବର୍ଷକୁ ଥରେ ରତ୍ନବେଦୀରୁ ବାହାରି ଜନ୍ମବେଦୀ ଟିକେ ବୁଲି ଆସିବାକୁ ଯାତ୍ରା କରନ୍ତି । ବଡ଼ଭାଇ ଶ୍ରୀ ବଳଭଦ୍ର ଓ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ତିନୋଟି ରଥରେ ଯାଆନ୍ତି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ । ବାହୁଡ଼ିବା ବେଳେ ବାଟରେ ପଡ଼େ ମାଉସୀ ଘର । ମାଉସୀଙ୍କ ସ୍ନେହ ଶ୍ରଦ୍ଧା ପାଇବା ସହିତ ମହାପ୍ରଭୁ ଅତି ଆନନ୍ଦରେ ଖାଆନ୍ତି ପୋଡ଼ପିଠା । ଆଗକୁ ଅଛି ବାହୁଡ଼ାଯାତ୍ରା । ଶ୍ରୀଜୀଉମାନେ ଜନ୍ମଦେବୀରେ ନବଦିନାତ୍ମକ ଯାତ୍ରା ସାରି  ବାହୁଡାଯାତ୍ରାରେ କର୍ମବେଦୀ ଶ୍ରୀମନ୍ଦିରକୁ ବାହୁଡ଼ିବା କରିବା ବେଳେ  ମାଉସୀମାଙ୍କ ଠାରୁ ପୋଡ଼ପିଠା ଖାଇବାର ପମ୍ପପରା ରହିଛି । ଶ୍ରୀଜୀଉଙ୍କ ମାଉସୀ ମା ଭାବରେ ବିଦିତ ମା ଅର୍ଧଶ୍ୱସିନୀଙ୍କ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି ।

ଅଧିକ ପଢନ୍ତୁ: ପୋଡ଼ିଗଲା ପାଦ, ଛିଣ୍ଡିଗଲା କାନ୍ଧ; ବିସ୍ମୟ ଠାକୁରଙ୍କ ରଥ ଟାଣିନେଲେ ସେବକ…

 

ମନ୍ଦିରର ମୁଖ୍ୟ ପୂଜକ ବିଶ୍ଵନାଥ ମିଶ୍ରଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ପାରମ୍ପରିକ  ପଦ୍ଧତିରେ ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ । କ୍ଷୀର, ଛେନା ,ଅଟା, ମଇଦା, ଲବଙ୍ଗ, ଘିଅ, ଅଳେଇଚ ପରି ବିଭିନ୍ନ ଦବ୍ୟ ପକାଯାଇ ଚୁଲିର ବାମ୍ପରେ ପିଠା ପସ୍ତୁତ କରଯାଇଥାଏ । ପରେ ଉକ୍ତ ପିଠାକୁ କାଟାଯାଇ  ଘିଅରେ ଛଣା ହୋଇ ରଖାଯାଇଥାଏ । ଶ୍ରୀଜୀଉମାନେ ବାହୁଡାଯାତ୍ରାରେ ଶ୍ରୀମନ୍ଦିରକୁ  ବହୁଡ଼ାବିଜେ  ସମୟରେ ମାଉସୀ ମାଙ୍କ ମନ୍ଦିର ସମ୍ମୁଖରେ  ରଥ ଗୁଡିକ କିଛି ସମୟ ପାଇଁ ଅଟକି ରହିଥାଏ । ସେଠରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା  ଶ୍ରୀବିଗ୍ରହମାନଙ୍କୁ ପୋଡ଼ପିଠା ମଣୋହି କରାଯାଇଥାଏ ।

ଅଧିକ ପଢନ୍ତୁ: କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ବାହୁଡରେ ଶ୍ରୀଜୀଉମାନଙ୍କୁ ପୋଡ଼ପିଠା ମଣୋହି ସମ୍ପକରେ କିମ୍ବଦନ୍ତୀ ରହିଛି ।

ପୂର୍ବରୁ ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର  ମଧ୍ୟରେ ମାଳିନୀ  ନାମକ ଏକ ନଦୀ ପ୍ରବାହିତ ହେଉଥିଲା । ଯାହାଫଳରେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ୬ ଗୋଟି ରଥ ନିର୍ମାଣ କରାଯାଇଥିଲା ।

ଅଧିକ ପଢନ୍ତୁ: ଶହେ ବର୍ଷ ତଳର ଏକ ରଥଯାତ୍ରା ରିପୋର୍ଟ, ହଇଜା ଓ କରୋନାର ସଂଯୋଗ

ଦାରୁବିଗ୍ରହମାନେ  ଶ୍ରୀମନ୍ଦିରରୁ ତିନି ଗୋଟି ବଡ଼ ରଥରେ ବସି ମାଉସୀ ମାଙ୍କ ମନ୍ଦିର ନିକଟକୁ ଯାଇଥାନ୍ତି ସେଠାରୁ ଡ଼ଙ୍ଗାରେ ବସି ନଇ ପାରହୋଇ ଅନ୍ୟ ତିନିଗୋଟି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି ।

ଅନେକ ସମୟରେ ନଦୀରେ ଜଳ ଅଧିକ ଥିବାରୁ ଚତୁର୍ଥlବିଗ୍ରହଙ୍କୁ ନଦୀ ପାର କରାଇବାରେ ସେବକମାନେ ଆବୁବିଧାର ସମୂଖୀନ ହେଉଥିଲେ ।

ଅଧିକ ପଢନ୍ତୁ – ଜାଣନ୍ତୁ; ପୁରୀ ଶ୍ରୀକ୍ଷେତ୍ରକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !

  ତେବେ ମହାପ୍ରଭୁଙ୍କ ଯାତ୍ରା କଷ୍ଟ ଲାଘବ କରିବା ସହ ସେବକମାନଙ୍କ ମନର ଭାବକୁ ବୁଝିପାରି  ମାଉସୀ ମା ମାଳିନୀ ନଦୀର ଜଳକୁ ସମୂର୍ଣ୍ଣ ରୂପେ ଶୋଷି ଦେଇଥିଲେ । ସେଇ ବର୍ଷଠାରୁ ୬ ଗୋଟି ରଥ ପରିବତେ ୩ ଗୋଟି ରଥରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥଲା  । ମାଉସୀ ମାଙ୍କ  ଏପରି କାର୍ଯ୍ୟରେ ମହାପ୍ରଭୁ ଖୁସି ହୋଇ  ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିବା ସମୟରେ ମାଉସୀ ମାଙ୍କ ହାତରୁ ପୋଡ଼ପିଠା ଖାଇବା ନିମନ୍ତେ ମନ କରିଥିଲେ । ସେଇଦିନ ଠାରୁ  ମାଉସୀ ମା ଅର୍ଧର୍ଶ୍ୱସିନୀ ନାମରେ ଶ୍ରୀକ୍ଷେତ୍ରରେ ପୂଜିତ ହେବା ସହ ବାହୁଡାଯାତ୍ରାରେ  ଶ୍ରୀବିଗ୍ରହମାନଙ୍କୁ ପୋଡ଼ପିଠା ମଣୋହି କରାଯାଉଥିବା ଜଣାଯାଏ ।

Leave A Reply

Your email address will not be published.