Latest Odisha News

BREAKING NEWS

କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…

ନୂଆଦିଲ୍ଲୀ: କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଥିବା ଭାରତୀୟ ଦୂତାବାସରେ ଅନଧିକୃତ ପ୍ରବେଶ ଏବଂ ଭଙ୍ଗାରୁଜାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଗୁରୁବାର ଭାରତ କଡ଼ା ପ୍ରତିବାଦ କରିଛି।

ତେବେ ୟୁରୋପୀୟ ସଂଘ (ଇୟୁ) ନେତାଙ୍କ ଭାରତ ଗସ୍ତ ପୂର୍ବରୁ ଖାଲିସ୍ତାନି ସମର୍ଥକମାନେ ଭାରତୀୟ ଦୂତାବାସରେ ପ୍ରବେଶ କରି ଭଙ୍ଗାରୁଜା କରିଥିବା କିଛି ରିପୋର୍ଟରୁ ଜଣାପଡିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଏହା ନୂଆଦିଲ୍ଲୀ ଏବଂ ଜାଗ୍ରେବରେ କ୍ରୋଏସିଆନ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ମାମଲାକୁ ଦୃଢ଼ ଭାବରେ ଉଠାଇଛି ଓ ଅପରାଧୀମାନଙ୍କୁ ସେମାନଙ୍କର ନିନ୍ଦନୀୟ କାର୍ଯ୍ୟ ପାଇଁ ମଧ୍ୟ ଦାୟୀ କରାଯାଇଛି। ଭିଏନା ଚୁକ୍ତି ଅନୁଯାୟୀ, ଅନୁମତି ବିନା କୂଟନୈତିକ ପରିସରରେ ପ୍ରବେଶ କରାଯାଇପାରିବ ନାହିଁ ଏବଂ ଏହାକୁ ସୁରକ୍ଷିତ ରଖିବା ସହ ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ମାନେ ଏପରି ଘଟଣା ଉପରେ ଧ୍ୟାନ ଦେବା ଉଚିତ ବୋଲି ମଧ୍ୟ କୁହାଯାଇଛି।

 

Comments are closed.