Latest Odisha News

ଦେଶରେ ବଢୁଛି ଦୈନିକ ସଂକ୍ରମଣ ମାମଲା; ୮୯,୧୨୯ ନୂଆ ପଜିଟିଭ; ୭୧୪ ମୃତ

ନୂଆଦିଲ୍ଲୀ: କରୋନା ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଭାରତରେ ୮୯,୧୨୯ଟି ନୂତନ କୋଭିଡ-୧୯ ମାମଲା ରେକର୍ଡ ହୋଇଛି। ଦେଶରେ କରୋନା ଜନିତ ମୋଟ ମାମଲା ୧୨,୩୯୨,୨୬୦ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ମିଳିଛି।

ଏଥିରେ ୪୪,୨୧୩ ସକ୍ରିୟ ମାମଲା ଥିବା ବେଳେ ୪୪,୨୦୨ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୧୫,୬୯,୨୪୧। ଏହାସହିତ କରୋନାରେ ଗୋଟିଏ ଦିନରେ ୭୧୪ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ଏଯାବତ୍‌ ମୃତ୍ୟୁବରଣ କରିଥିବା ଲୋକଙ୍କ ମୋଟ ସଂଖ୍ୟା ୧,୬୪,୧୧୦ କୁ ବୃଦ୍ଧି ପାଇଛି।

Comments are closed.