Latest Odisha News

କେଶ କାଟିବା ପଡିଲା‌ ମହଙ୍ଗା, ଚାକିରୀ ହରାଇଲେ ଉବେର ଡ୍ରାଇଭର

ହାଇଦ୍ରାବାଦ: ଫେସ୍ ସ୍କାନରରେ ଚେହେରା ମେଳ ନହେବାରୁ ହାଇଦ୍ରାବାଦରେ ଅନଲାଇନ୍ ଟ୍ୟାକ୍ସି କମ୍ପାନୀ ଉବର ତା’ର କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି।

ଏହି ଉବର ଡ଼୍ରାଇଭରଙ୍କ ନାମ ହେଉଛି ଶ୍ରୀକାନ୍ତ। ଯିଏକି ତିରୁପତି ବାଲାଜୀରେ କେଶ ଦାନ କରିଥିଲେ, ଯାହା ତାଙ୍କ ପାଇଁ ମହଙ୍ଗା ପଡିଛି।

ସୂଚନା ଅନୁଯାୟୀ ଯେତେବେଳେ ଶ୍ରୀକାନ୍ତ ଅଫିସ ଯାଇଥିଲେ ସେତେବେଳେ ଫେସ୍ ସ୍କାନର୍ ମେସିନ୍ ତାଙ୍କ ଚେହେରାକୁ ଚିହ୍ନିବାକୁ ମନା କରିଦେଇଥିଲା ଏବଂ ଏହି କାରଣରୁ ତାଙ୍କୁ ଚାକିରୀରୁ ମଧ୍ୟ ବରଖାସ୍ତ କରାଯାଇଥିଲା।

ଶ୍ରୀକାନ୍ତ କହିଛନ୍ତି ଯେ ସେ ଗତ ୧.୫ ବର୍ଷ ଧରି ଉବର ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି। ପରିବାର ବର୍ଗ ତାଙ୍କ ଉପରେ ନିର୍ଭରଶୀଳ ହୋଇଥିବାରୁ ସେ ବହୁ କଷ୍ଟ ଅନୁଭବ କରୁଛନ୍ତି। ସେ ୨୦୧୯ରେ ଉବରରେ ସାମିଲ ହୋଇଥିଲା ବେଳେ ଏଯାଏଁ ପ୍ରାୟ ୧୪୨୮ଟି ଯାତ୍ରା ଶେଷ କରିଛନ୍ତି ଏବଂ ସେ ୪.୬୭ ରେଟିଂ ମଧ୍ୟ ପାଇଛନ୍ତି।

ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍ ଟ୍ରାନ୍ସପୋର୍ଟ ୱାର୍କର୍ସର ସାଧାରଣ ସମ୍ପାଦକ ଶାଇକ୍ ସଲାଉଦ୍ଦିନ ସୋସିଆଲ ମିଡିଆରେ ଶ୍ରୀକାନ୍ତଙ୍କ ଦୁଃଖ ଶେୟାର କରିଥିଲେ। ଯାହା ଭାଇରାଲ ହେବାରେ ଲାଗିଛି।

ତେବେ ଜଣେ ଉବର ଅଧିକାରୀ କହିଛନ୍ତି ଯେ ଫେସିଆଲ୍ ରିକୋଗ୍ନିସନ୍ ଟୁଲ୍ ଜଣେ ବ୍ୟକ୍ତିର ମୁହଁ ଚିହ୍ନିବା ସହ କେଶ ଭଳି ପ୍ରାକୃତିକ ପରିବର୍ତ୍ତନ ଚିହ୍ନଟ କରିବାରେ ସକ୍ଷମ। ଯଦି ଡ୍ରାଇଭରମାନେ ସେଲଫି ପ୍ରକ୍ରିୟାରେ କୌଣସି ବୈଷୟିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଏବଂ ଲଗିଂ କରିବାରେ ଅସୁବିଧା ହେଉଛି ତାହେଲେ ସେମାନେ ଉବର ସାଥି ସେବା କେନ୍ଦ୍ରର ସାହାଯ୍ୟ ନେଇପାରିବେ।

Leave A Reply

Your email address will not be published.