Latest Odisha News

ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୫୭ ହଜାରରୁ ଅଧିକ କରୋନା ସଂକ୍ରମିତ; ୩,୪୪୯ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ବେଗ କମିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ମଧ୍ୟ ଲାଗୁ କରିସାରିଲେଣି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୭,୨୨୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ୩,୨୦,୨୮୯ ଜଣ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବା ବେଳେ ୩,୪୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଦେଶରେ ଏପର୍ଯ୍ୟନ୍ତ ମୋଟ କରୋନା ମାମଲା ୨,୦୨,୮୨,୮୩୩ ରହିଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୧,୬୬,୧୩,୨୯୨। ଦେଶରେ ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୨,୪୦୮ ରହିଥିବା ବେଳେ ସକ୍ରିୟ ମାମଲା ରହିଛି ୩୪,୪୭,୧୩୩।

Comments are closed.