Latest Odisha News

BREAKING NEWS

ଦିଲ୍ଲୀରେ ହେବାକୁ ଥିବା IPL ମ୍ୟାଚ୍ ନେଇ ଦ୍ୱନ୍ଦ୍ୱ ଜାରି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ କରୋନା ସଂକ୍ରମିତ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ଦିଲ୍ଲୀରେ ହେବାକୁ ଥିବା ଆଗାମୀ ଆଇପିଏଲ୍ ମ୍ୟାଚକୁ ଚିନ୍ତାରେ ପଡ଼ିଛି । ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସର ୨ ଜଣ ଖେଳାଳି କୋଭିଡ୍ ସଂକ୍ରମିତ ହେବା ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ବିପକ୍ଷ ମ୍ୟାଚକୁ ସୋମବାର ସ୍ଥଗିତ ରଖାଯାଇଥିଲା ।

ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର ପଜିଟିଭ୍ ଚିହ୍ନଟ ହେବା ପରେ କେକେଆର ଟିମ୍ ସଂଗରୋଧରେ ରହିଛି । ସେହିଭଳି ସିଏସକେ ସହ ନିୟମିତ ରହୁଥିବା ବୋଲିଂ କୋଚ୍ ବାଲାଜି ପଜିଟିଭ୍ ଚିହ୍ନଟ ପରେ ସମସ୍ତେ ସଂଗରୋଧରେ ଅଛନ୍ତି ।

ବାଲାଜୀ ପଜିଟିଭ୍ ଚିହ୍ନଟ ହେବା ବିସିସିଆଇ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦିଓ ଚେନ୍ନାଇ ଟିମର ସମସ୍ତ ଖେଳାଳିଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଛି । ତଥାପି ସାଧାରଣତଃ ଅଧିକାଂଶଙ୍କ ଠାରେ ପଞ୍ଚମ କିମ୍ବା ଷଷ୍ଠ ଦିନରେ କରୋନା ଲକ୍ଷଣ ଦେଖା ଦିଏ । ଏବେ ଦିଲ୍ଲୀରେ ହେବାକୁ ଥିବା ଆଉ ୨ଟି ମ୍ୟାଚ୍ ଖେଳାଯିବ କି ନାହିଁ ତାକୁ ନେଇ ଆଲୋଚନା ଚାଲିଛି ।

ପୃଥକବାସରେ ଥିବା କେକେଆର୍ ଟିମର ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ ପ୍ରତିଦିନ କରାଯିବ । ସେହିଭଳି ଏହି ନିୟମ ସିଏସକେ ପାଇଁ ଲାଗୁ ପାଇଁ ଅନେକ ମତ ଦେଇଛନ୍ତି ।

Leave A Reply

Your email address will not be published.