Latest Odisha News

BREAKING NEWS

ଦେଶରେ ୨.୫୮ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୮,୦୮୯ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ଏପର୍ଯ୍ୟନ୍ତ ଦେଶରେ ୮,୨୦୯ଟି ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଯାହା ପୂର୍ବ ଦିନ ଅପେକ୍ଷା ୬.୦୨% ବୃଦ୍ଧି ହୋଇଛି। ପଜିଟିଭିଟି ହାର ୧୯.୬୫% ରହିଛି।ଭାରତର ଆକ୍ଟିଭ୍ କ୍ୟାସେଲୋଡ୍ ବର୍ତ୍ତମାନ ୧୬,୫୬,୩୪୧ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୭୪୦ ଜଣ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥଙ୍କ ସଂଖ୍ୟା ୩,୫୨,୩୭,୪୬୧ରେ ପହଞ୍ଚିଛି।

Comments are closed, but trackbacks and pingbacks are open.