Latest Odisha News

BREAKING NEWS

ଆଜି ଓଡ଼ିଶା ଆସୁଛି ଓମିସିଓର କିଟ୍

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ଆସିବ । ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇପାରିବ । ଏହା ଦ୍ୱାରା ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡ଼ିବନି । ଟାଟା ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଏହି କିଟକୁ ତିଆରି କରିଛି । ଓଡ଼ିଶା ପ୍ରଥମ ରାଜ୍ୟଭାବେ ୫ ଲକ୍ଷ କିଟ୍ ଆଣିବା ପାଇଁ ଅର୍ଡ଼ର ଦେଇଛି ।

କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ତୃତୀୟ ଲହରରେ ଡ଼େଲଟା ଭୂତାଣୁକୁ ଓମିକ୍ରନ ପଛରେ ପକାଇଥିବା ନେଇ ବିଶେଷଜ୍ଞମାନେ କହୁଛନ୍ତି । ଓମିସିଓର କିଟ୍ ଏହାକୁ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.