Latest Odisha News

BREAKING NEWS

ଦେଶରେ ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ଭାଇରସ୍‌ ଅବସ୍ଥା ସୁଧୁରୁଥିବା ବେଳେ ଅନ୍ୟପଟେ କରୋନା ନୂଆ ଷ୍ଟ୍ରେନ୍‌ ଦେଶବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। କରୋନା ଭୂତାଣୁ ମାମଲା ବିଷୟରେ କହିବାକୁ ଗଲେ, ଦେଶର ପ୍ରାୟ ୯୬ ପ୍ରତିଶତ ଲୋକ କରୋନା ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ କରୋନାର ସକ୍ରିୟ ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର କରୋନା ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୦,୫୫୦ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ୨୮୬ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୨ ଲକ୍ଷରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ଏହାମଧ୍ୟରୁ ୯୮ ଲକ୍ଷ ୩୪ ହଜାର ୧୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଦେଶରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୬୨ ହଜାର ୨୭୨ ସକ୍ରିୟ ମାମଲା ଅଛି। ଦେଶର କରୋନାରୁ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୮ ହଜାର ୪୩୯ ରେ ପହଞ୍ଚିଛି।

Leave A Reply

Your email address will not be published.