Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଏନଏମଆର କର୍ମଚାରୀ

ବ୍ରହ୍ମପୁର : ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢଉ ଚାଲିଛି ।

ଆଜି ସକାଳୁ ଭିଜିଲାନ୍ସର ୧୨ ଜଣିଆ ଟିମ୍ ଏକକାଳୀନ ଭାବେ ପ୍ରଶାନ୍ତଙ୍କ ବହ୍ମପୁର ଆସିକା ରୋଡସ୍ଥିତ ଘର, କଲେଜ, ଲୋଚାପଡ଼ା ଘର, ଦୁଇଟି ଗୋଦାମ ସମେତ ୫ଟି ସ୍ଥାନରେ ଚଢଉ କରୁଛନ୍ତି । ପ୍ରଶାନ୍ତଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ୫ ହଜାର ଟଙ୍କା, କିଲୋ କିଲୋ ସୁନା, ବୀମା କାଗଜପତ୍ର, ବଣ୍ଡ ପେପର ଆଦି ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଚଢଉ ପରେ ମୋଟ ସମ୍ପତ୍ତିର ଆକଳନ ହେବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.