Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ୧୫ ହଜାର ୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତ୍ୟୁ ସଂଖ୍ୟା ୧୯୧

ନୂଆଦିଲ୍ଲୀ: ଦେଶରେ ନିୟମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ କିଛି ଦିନ ହେବ ୨୦ ହଜାରରୁ କମ୍ ମାମଲା ରୁଜୁ ହୋଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୫ ହଜାର ୫୯୦ ନୂଆ ମାମଲା ରୁଜୁ ହୋଇଥିଲା। ଏହି ସମୟରେ ୧୫ ହଜାର ୯୭୫ ରୋଗୀ ଆରୋଗ୍ୟ ହୋଇଥିଲେ। ଏହାସହିତ ମଧ୍ୟରେ ୧୯୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏହି ମଧ୍ୟରେ ୭ ଲକ୍ଷ ୩୦ ହଜାର ୦୯୬ ନମୁନା ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୫ ଲକ୍ଷ ୨୭ ହଜାର ୬୮୩ ଟି ମୋଟ କରୋନା ମାମଲା ରୁଜୁ ହୋଇଛି। ଏଥି ସହିତ, ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୩ ହଜାର ୦୨୭ ରହିଛି। ଯାହା ମୋଟ ମାମଲାର ୨.୦୩ ପ୍ରତିଶତ। ୧ କୋଟି ୧ ଲକ୍ଷ ୬୨ ହଜାର ୭୩୮ ରୋଗୀ ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୯୬.୫୨ ପ୍ରତିଶତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହା ବ୍ୟତୀତ ୧ ଲକ୍ଷ ୫୧ ହଜାର ୯୧୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ହାର ୧.୪୪ ପ୍ରତିଶତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୮ କୋଟି ୪୯ ଲକ୍ଷ ୬୨ ହଜାର ୪୦୧ ନମୁନା ପରୀକ୍ଷା କରାଯାଇଛି।

Comments are closed.