Latest Odisha News

BREAKING NEWS

୫୦ ହଜାର ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍, ମୃତ୍ୟୁସଂଖ୍ୟା ୬୦୦ରୁ କମ୍

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । କମୁଛି ଦୈନିକ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୬ଶହ ତଳକୁ ଖସିଛି । ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୬ ହଜାର ୭୯୧ ଜଣ । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୫୮୭ ଆକ୍ରାନ୍ତ ।

ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୯୭ ହଜାର ୬୪କୁ ବୃଦ୍ଧି ପାଇଛି । ମହାମାରୀ ନେଲାଣି ୧ ଲକ୍ଷ ୧୫ ହଜାର ୧୯୭ ଜୀବନ । ଦୈନିକ ଆକ୍ରାନ୍ତ କମ୍ ଚିହ୍ନଟ ହେଉଥିବା ବେଳେ ଅଧିକ ସୁସ୍ଥ ହେଉଛନ୍ତି ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୬୯ ହଜାର ୭୨୦ ଆକ୍ରାନ୍ତ । ଏଯାଏ ସୁସ୍ଥ ହୋଇଛନ୍ତି ୬୭ ଲକ୍ଷ ୩୩ ହଜାର ୩୨୯ ଜଣ । ଆକ୍ଟିଭ୍ କେସ୍ ୭ ଲକ୍ଷ ତଳକୁ ହ୍ରାସ ପାଇଛି । ଦେଶରେ ୭ ଲକ୍ଷ ୪୮ ହଜାର ୫୩୮ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.