Latest Odisha News

BREAKING NEWS

ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକାର ପରୀକ୍ଷଣ । ଏନେଇ ସ୍ପଷ୍ଟ କରିଛି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ସେରମ ଇନ୍‌ଷ୍ଟିଚ୍ୟୁଟ କହିଛି, ଭାରତରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷା ବନ୍ଦ ହେବ ନାହିଁ । ବ୍ରିଟେନରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା କାରଣରୁ ପରୀକ୍ଷାକୁ ବନ୍ଦ କରାଯାଇଛି। କିନ୍ତୁ ଭାରତରେ କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷା ଜାରି ରହିବ । ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ସହିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ କରୋନା ଟିକା କୋଭିଶିଲ୍ଡର ଶେଷ ପର୍ଯ୍ୟାୟ ପରୀକ୍ଷା କରୁଛି ।

BjdElectrycity

ବ୍ରିଟେନରେ ପରୀକ୍ଷା ବନ୍ଦ ହେବା ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ, ସେମାନେ ବ୍ରିଟେନରେ ହୋଇଥିବା ପରୀକ୍ଷା ଏବଂ ଘଟିଥିବା ଘଟଣା ଉପରେ କୌଣସି ମନ୍ତବ୍ୟ ଦେବେ ନାହିଁ। ବ୍ରିଟେନରେ ସମୀକ୍ଷା ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଏବଂ ଏହାକୁ ଖୁବ ଶୀଘ୍ର ଆରମ୍ଭ କରାଯିବ। ଭାରତରେ ଚାଲିଥିବା ପରୀକ୍ଷଣରେ ସେଭଳି କୌଣସି ସମସ୍ୟା ଦେଖାଯାଇ ନାହିଁ, ଯାହା ପାଇଁ ଭାରତରେ ଟିକା ପରୀକ୍ଷଣ ବନ୍ଦ କରାଯିବ ନାହିଁ।

ସୂଚନାଯୋଗ୍ୟ ଯେ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷାକୁ ଏବେ ବ୍ରିଟେନରେ ବନ୍ଦ କରି ଦିଆଯାଇଛି। ମାନବ ପରୀକ୍ଷା ସହ ଜଡିତ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ପରୀକ୍ଷା ବନ୍ଦ କରାଯାଇଛି।

Leave A Reply

Your email address will not be published.