Latest Odisha News

BREAKING NEWS

ଗଣିତ ଖେଳ : ବୃତ୍ତର କେନ୍ଦ୍ର କୋଉଠି?

କମ୍ପାସ ବକ୍ସରେ ଥିବା ରାଉଣ୍ଡର ବ୍ୟବହାର କରି ଯଦି ତୁମେ ବୃତ୍ତ ଆଙ୍କୁଛ ତେବେ ଏହାର କେନ୍ଦ୍ର ବିନ୍ଦୁ ସହଜରେ ପାଇଯିବ । କାରଣ ଯେଉଁ ବିନ୍ଦୁ ଉପରେ ରାଉଣ୍ଡର ମୁନ ରଖି ବୃତ୍ତ ଆଙ୍କୁଛ ତାହା କେନ୍ଦ୍ର ବିନ୍ଦୁ ଆଉ ପେନସିଲ ଆଙ୍କୁଥିବା ବୃତ୍ତାକାର ପଥ ହେଉଛି ବୃତ୍ତର ପରିଧି ।

ବୃତ୍ତର କେନ୍ଦ୍ର ବିନ୍ଦୁ ହେଉଛି ଏମିତି ଏକ ବିନ୍ଦୁ ଯେଉଁଠାରୁ ପରିଧିର ଯେକୌଣସି ବିନ୍ଦୁ ଯାଏଁ ସବୁ ରେଖାର ଲମ୍ବ ସମାନ ହେବ, ଯାହାକୁ କୁହାଯାଏ ବ୍ୟ।ସ।ର୍ଦ୍ଧ । ଅର୍ଥାତ ଏକ ବୃତ୍ତର ସବୁ ବ୍ୟାସ।ର୍ଦ୍ଧର ଲମ୍ବ ସମାନ । ଏହା ହେଉଛି ବୃତ୍ତର ମୂଳ ତତ୍ୱ । କେବଳ ସେତିକି ନୁହେଁ ସବୁ ବ୍ୟାସ।ର୍ଦ୍ଧର ଗୋଟିଏ ମୁଣ୍ଡ କେନ୍ଦ୍ର ବିନ୍ଦୁକୁ ହିଁ ଛୁଇଁଥିବ ।

ତେବେ ଯଦି ଏମିତି ଗୋଟିଏ ବୃତ୍ତ ଦିଆଯାଇଛି ଯାହାର କେନ୍ଦ୍ର ବିନ୍ଦୁ ଚିହ୍ନିତ ହୋଇ ନାହିଁ ତେବେ ଆମେ କିଭଳି ସହଜରେ କେନ୍ଦ୍ର ବିନ୍ଦୁ ଖୋଜିପାରିବା ।

କଣ ଦରକାର

ଏଥିପାଇଁ ଦରକାର ଗୋଟିଏ ଚୁଡି, ଗୋଟିଏ ପେନସିଲ୍ ଆଉ ଖଣ୍ଡିିଏ ଆୟତାକାର କାର୍ଡ (ପୋଷ୍ଟକାର୍ଡ ବା ଭିଜିଟିଙ୍ଗ କାର୍ଡ)

କେମିତି ଖୋଜିବା କେନ୍ଦ୍ର ବିନ୍ଦୁ

୧- କାଗଜ ଉପରେ ଚୁଡି ପକାଇ ପେନସିଲ ସାହାଯ୍ୟରେ ଏକ ବୃତ୍ତ ଆଙ୍କ


୨- ଆୟତାକାର ଭିଜିଟିଙ୍ଗ କାର୍ଡର ଗୋଟିଏ କୋଣକୁ ଆଙ୍କିଥିବା ବୃତ୍ତର ପରିଧି ଉପରେ ରଖ (A)

 

୩- କାର୍ଡର କୋଣଟି ପରିଧିକୁ ଛୁଉଁଥିବା ବେଳେ ଏହାର ଛୋଟ ଏବଂ ବଡ ଧାର ଦୁଇଟି ବୃତ୍ତର ଦୁଇ ବିନ୍ଦୁ ଦେଇ ଯାଉଥିବେ ।

୪- କାର୍ଡର ଛୋଟ ଏବଂ ବଡ ଧାର ଦୁଇଟି ବୃତ୍ତକୁ ଯେଉଁଠାରେ ଛୁଇଁ ଯାଉଛନ୍ତି ସେହି ଦୁଇ ବିନ୍ଦୁକୁ ଚିହ୍ନ ଦିଅ (B-C) । ଏବେ ଏହି ଦୁଇ ବିନ୍ଦୁକୁ ଯୋଡି ଗାର ଟାଣ ।

୫- ଏବେ କାର୍ଡକୁ ବୃତ୍ତର ପରିଧି ଉପରେ ଆଉ ଗୋଟିଏ ବିନ୍ଦୁରେ ରଖ (R) , ଯେମିତି କାର୍ଡର ଦୁଇ ଧାର ବୃତ୍ତର ଅନ୍ୟ ଦୁଇ ଜାଗାକୁ ଛୁଇଁ ଯାଉଥିବେ । ଏବେ ଏହି ଦୁଇ ବିନ୍ଦୁ (P-Q)କୁ ଚିହ୍ନ ଦିଅ ଏବଂ ଏହାକୁ ଯୋଡି ଗୋଟିଏ ଗାର ଟାଣ ।

୬- ବୃତ୍ତ ଭିତର ଦେଇ ଟଣା ହୋଇଥିବା ଦୁଇ ଗାର ପରସ୍ପରକୁ ଚ୍ଛେଦ କରୁଥିବେ । ଏହା ହିଁ ହେଉଛି ସେହି ବୃତ୍ତର କେନ୍ଦ୍ର ବିନ୍ଦୁ । ଏବଂ ଏହି ଗାର ଦୁଇଟି ହେଉଛି ଦୁଇଟି ବ୍ୟାସ (BC ଏବଂ PQ) ।

୭- ବୃତ୍ତର ଅନ୍ୟ ଯେକୌଣସି ବିନ୍ଦୁ ଉପରେ କାର୍ଡର କୋଣକୁ ରଖି ଉପରୋକ୍ତ କାମକୁ ଦୋହରାଅ, ପ୍ରତିଥର ନୂଆ ବ୍ୟାସ ମିଳିବ, ଏବଂ ଏସବୁ ବ୍ୟାସ କେନ୍ଦ୍ର ବିନ୍ଦୁ ଦେଇ ଯାଉଥିବେ ।

ତୁମ ପାଇଁ କାମ
ବିଭିନ୍ନ ମାପର ବୃତ୍ତ ଆଙ୍କ ଏବଂ ଆୟତାକାର କାର୍ଡ ବ୍ୟବହାର କରି ସେହି ବୃତ୍ତର କେନ୍ଦ୍ର ବିନ୍ଦୁ ଖୋଜ ।

Leave A Reply

Your email address will not be published.