Latest Odisha News

BREAKING NEWS

ଶ୍ରୀଲଙ୍କା, ଆୟର୍ଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଖେଳିପାରେ ଟି୨୦ ସିରିଜ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଚାମ୍ପିୟନ ଟିମ ଇଣ୍ଡିଆ ନିକଟରେ ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ରିପୋର୍ଟ ମୁତାବକ ଶ୍ରୀଲଙ୍କା ଓ ଆୟର୍ଲାଣ୍ଡରେ ଭାରତ ୨ଟି ଟି୨୦ ସିରିଜ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏଥିନେଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯିବନି । କ୍ରିକବିଜ ରିପୋର୍ଟ ଅନୁସାରେ ଶ୍ରୀଲଙ୍କା ଗସ୍ତରେ ଭାରତ ୨ଟି ଟେଷ୍ଟ ମ୍ୟାଚ ଖେଳିବ ବୋଲି ପୂର୍ବରୁ ସ୍ଥିର ହୋଇଛି । ଏହା ଜୁଲାଇ-ଅଗଷ୍ଟରେ ଖେଳାଯିବ । ଗତ ବର୍ଷ ନଭେମ୍ବରରେ ଝଡତୋଫାନ ଯୋଗୁ ଶ୍ରୀଲଙ୍କାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଏହାକୁ ଭରଣା କରିବା ପାଇଁ ଭାରତ ସହ ଟି୨୦ ସିରିଜ ପ୍ରସ୍ତାବ ଶ୍ରୀଲଙ୍କା ଦେଇଛି । ବିସିସିଆଇ ଏ ପର୍ଯ୍ୟନ୍ତ ଏହାକୁ ନାହିଁ କରିନି । ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ ଯିବ । ୧ରୁ ୧୯ ଜୁଲାଇ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ଇଂଲଣ୍ଡ ଗସ୍ତ ଅବସରରେ ଆୟର୍ଲାଣ୍ଡ ସହ ଭାରତ ଟି୨୦ ସିରିଜ ଖେଳିବା ସମ୍ଭାବନା ରହିଛି । ଅନ୍ୟ ବୋର୍ଡ ଭାରତ ସହ ଟି୨୦ ଖେଳିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.