Latest Odisha News

ଦେଶରେ ୫୯ ଲକ୍ଷ ଟପିଲା କରୋନା କେସ୍, ମୃତ୍ୟୁସଂଖ୍ୟା ୯୩ ହଜାର

ନୂଆଦିଲ୍ଲୀ: ଦେଶର କରୋନା ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୫ ହଜାର ୩୬୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ୩ହଜାର ୯୩୩କୁ ବୃଦ୍ଧି ପାଇଛି ।

ଦେଶେ ଏବେ ଲକ୍ଷେ ମୁହାଁ ହୋଇଛି କରୋନା ମୃତ୍ୟୁସଂଖ୍ୟା । ଏଣିକି ପ୍ରତିଦିନ ମହାମାରୀ ନେଉଛି ହଜାରେରୁ ଅଧିକ ମୁଣ୍ଡ । ଗତ ୨୪ ଘଣ୍ଟାରେ ଆଉ ହଜାରେ ୮୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୯୩ ହଜାର ୩୭୯କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୫୮% ।

ସଂକ୍ରମଣ ବଢୁଥିଲେ ବି ଦୈନିକ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪୮ ଲକ୍ଷ ୪୯ହଜାର ୫୮୫ ସଂକ୍ରମିତ । ସୁସ୍ଥତା ହାର ରହିଛି ୮୨.୧୪%। ଦେଶରେ ୯ଲକ୍ଷ ୬୦ ହଜାର ୯୬୯ କରୋନା ଆକ୍ଟିଭ୍ କେସ୍ ରହିଛି ।

Comments are closed.