Latest Odisha News

BREAKING NEWS

ହାଜର ହେଲେ ଅନୁରାଗ କଶ୍ୟପ, ମୁମ୍ବାଇ ପୋଲିସର ଜେରା

ମୁମ୍ବାଇ: ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ହାଜର ହେଲେ ବଲିଉଡ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁରାଗ କଶ୍ୟପ । ଆଜି ସେ ମୁମ୍ୱାଇ ଭରଶୋଭା ଥାନାରେ ହାଜର ହୋଇଛନ୍ତି । ପୋଲିସ ଦେଇଥିବା ସମୟ ଆଗରୁ ପହଞ୍ଚିଛନ୍ତି ଅନୁରାଗ ।

ଗତକାଲି ତାଙ୍କୁ ହାଜର ହେବା ପାଇଁ ସମନ୍ କରିଥିଲା ମୁମ୍ବାଇ ପୋଲିସ । ସକାଳ ୧୧ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ଅଭିନେତ୍ରା ପାୟଲ ଘୋଷ ତାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ମାମଲା । ଏହି ମାମଲାରେ ତାଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।
ପାୟଲ ଘୋଷ ଅଭିଯୋଗ କରିଥିଲେ ସାତ ବର୍ଷ ତଳେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଅନୁରାଗ କଶ୍ୟପ । ଗତ ୨୨ ତାରିଖରେ ସେ ଭରଶୋଭା ଥାନାରେ ଅନୁରାଗଙ୍କ ବିରୋଧରେ ଦେଇଥିଲେ ଏତଲା । ଅଭିଯୋଗ କରିଥିଲେ, କୌଣସି କାମରେ ଯାଇଥିବା ବେଳେ ଅନୁରାଗ ଏକ ରୁମ ଭିତରେ ତାଙ୍କ ପ୍ରତି ଅଶୋଭନୀୟ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

ସୋସିଆଲ୍ ମିଡିଆରେ ଅନୁରାଗ କଶ୍ୟପଙ୍କ ବିରୋଧରେ ପ୍ରଥମେ ମୁହଁ ଖୋଲିଥିଲେ ପାୟଲ ଘୋଷ । ଅଭିଯୋଗକୁ ଅନୁରାଗ ଖଣ୍ଡନ କରିବା ସହ ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଉଥିବା କହିଥିଲେ ।

Leave A Reply

Your email address will not be published.