Latest Odisha News

ହାଙ୍ଗଝୌ ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ: ଭାରତର ପଦକ ସେଞ୍ଚୁରୀ, କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତ ଇତିହାସ ରଚିଛି । ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି । ୨୬ଟି ସ୍ବର୍ଣ୍ଣ , ୨୯ଟି ରୌପ୍ୟ ଓ ୪୫ ଟି ବ୍ରୋଞ୍ଚ ସହ ପଦ ସଂଖ୍ୟା ଶହେରେ ପହଞ୍ଚିଛି । ସଫଳତା ପାଇଁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୮ ମସିହାରେ ଭାରତ ସର୍ବାଧିକ ୭୨ଟି ପଦକ ଜିତିଥିଲା ।ପ୍ରଧାନମନ୍ତ୍ରୀ କହିଛନ୍ତି “ଏସିଆନ୍ ପାରା ଗେମ୍ସରେ ୧୦୦ ଟି ମେଡାଲ୍  ।

ଏହା ଅପୂର୍ବ ଆନନ୍ଦର ଏକ ମୁହୂର୍ତ୍ତ। ଏହି ସଫଳତା ଆମର ଆଥଲେଟ ମାନଙ୍କର ନିଷ୍ଠାପର ପ୍ରତିଭା, ପରିଶ୍ରମ ଏବଂ ନିଷ୍ଠାର ଫଳାଫଳ  । ଏଥିଲାଗି ମୁଁ ସମସ୍ତ ଆଥଲେଟ୍ , କୋଚ୍ ଏବଂ  ସେମାନଙ୍କ ସହ କାର୍ଯ୍ୟ କରୁଥିବା ସମଗ୍ର ସପୋର୍ଟ ସିଷ୍ଟମକୁ କୃତଜ୍ଞତା ଜଣାଉଛି  ।  ଏହି ବିଜୟ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି  ।  ଆଜିର ଯୁବପିଢିଙ୍କ ପାଇଁ କୌଣସି କାମ ଅସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ ଯୋଗେ ଜଣାଇଛନ୍ତି  ।

Comments are closed.