ମୁମ୍ବାଇ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜକୁ ୧-୦ରେ ହାତେଇ ନେଇଛି । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଡାରେଲ ମିଚେଲ (୬୦), ହେନେରୀ ନିକୋଲସ(୪୪) ଓ ରଚୀନ୍ଦ୍ର ରବୀନ୍ଦ୍ର (୧୮) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରି ନ ଥିଲେ । ରବିଚନ୍ଦ୍ରନ ଅଶ୍ୱୀନ ଓ ଜୟନ୍ତ ଯାଦବ ୪ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତ ଦ୍ୱିତୀୟ ଇନିଂସରେ ୨୭୬/୭ ଇନିଂସ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ସୂଚନାଯୋଗ୍ୟ, ବିଶ୍ୱ କ୍ରିକେଟରେ ତୃତୀୟ ଆନ୍ତର୍ଜାତୀୟ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ଏହି ମ୍ୟାଚରେ ହାସଲ କରିଥିଲେ ।
ଗୁରୁତ୍ୱପୂର୍ଣ୍ଣ ହାଇଲାଇଟ୍ସ
୧.ଟେଷ୍ଟ ଅଧିନାୟକ ଭାବେ ବିରାଟ କୋହଲଙ୍କ ୩୯ତମ ବିଜୟ ।
୨.ୱାଙ୍ଖେଡରେ ଭାରତର ଏହା ଲଗାତାର ତୃତୀୟ ବିଜୟ ।
୩.ଘରୋଇ ମାଟିରେ କିୱି ବିପକ୍ଷରେ ଭାରତର ଏହା ୮ମ୍ୟାଚରୁ ୭ମ ବିଜୟ ।
୪.ଘରୋଇ ମାଟିରେ କ୍ରମାଗତ ୧୪ତମ ସିରିଜ ବିଜୟ ।
୫.ଭାରତ ମାଟିରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ୩୦୦ ଉଇକେଟ ପୂର୍ଣ୍ଣ ।
BREAKING NEWS
- Republic Day 2026: ୟୁରୋପୀୟ ସଂଘର ନେତା ହେବେ ୭୭ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି, କାହିଁକି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଏହି ଅବସର…
- Operation Gorakhya: ଗୋରୁ ମାଫିଆଙ୍କ ଘରେ ଚଢ଼ଉ, ପ୍ରାୟ ସାଢେ ୪ କୋଟି ଟଙ୍କା ଠାବ
- Pakistani Terrorists: ଭାରତରେ ବିନାଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକିସ୍ତାନୀ ଆତଙ୍କବାଦୀ, ପ୍ରବଳ ଥଣ୍ଡାରେ ସଜାଗ ସେନା
- Khandagiri Magha Mela: ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି ମାଘମେଳା, ସୁରକ୍ଷା ବଳୟରେ ସମଗ୍ର ଅଞ୍ଚଳ…
- ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
- ପୁଣି ବରଗଡ଼ରୁ ବିପୁଳ ପରିମାଣର କଫସିରଫ୍ ଜବତ; ୬ ଅଭିଯୁକ୍ତ ଗିରଫ
- ଗୁଡ଼ି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା;୬ ଗିରଫ
- ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ;ରବିବାର ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ
- ମହାରାଷ୍ଟ୍ରକୁ ଚାଲାଣ ବେଳେ ୧୨୦କିଲୋରୁ ଅଧିକ ଗଞ୍ଜେଇ ଜବତ
- ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ;ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା
Comments are closed.