Latest Odisha News

BREAKING NEWS

୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ପାକ ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପର୍ସୋନା ନନ୍ ଗ୍ରାଟା ଘୋଷଣା କରି ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।ଉକ୍ତ ପାକିସ୍ତାନୀ ଅଧିକାରୀ ଜଣକ ଅନେକ ସନ୍ଦେହ ଜନକ କାର୍ଯ୍ୟ ରେ ଜଡ଼ିତ ଥିବାରୁ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି।

ଭାରତ ଆଜି ଏସମ୍ପର୍କରେ ପାକିସ୍ତାନ ହାଇକମିଶନରଙ୍କୁ ଏକ ଡିମାର୍ଚେଟ୍ ଜାରି କରି ସେହି ଅଧିକାରୀଙ୍କୁ ତୁରନ୍ତ ଦେଶରୁ ବହିସ୍କାର କରାଯାଉଥିବା ନିର୍ଦ୍ଦେଶ ଦେଇଛି।

ତେବେ ପର୍ସୋନା ନନ୍ ଗ୍ରାଟା’ ହେଉଛି ଯେଉଁଥିରେ କୌଣସି ବିଦେଶୀ କୂଟନୀତିଜ୍ଞଙ୍କୁ ଦେଶ ଛାଡ଼ିବାକୁ କୁହାଯାଇଥାଏ।ତେବେ କୌଣସି ପାକିସ୍ତାନୀ କୂଟନୀତିଜ୍ଞ କିମ୍ବା ଅଧିକାରୀ ଭାରତରେ ତାଙ୍କର ପଦବୀର ଅପବ୍ୟବହାର କରିବେ ନାହିଁ ବୋଲି ସିଧାସଳଖ ଭାରତ ସ୍ପଷ୍ଟ କରିଥିଲା।ଏହା ପୂର୍ବରୁ ମେ ୧୩ ତାରିଖରେ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତରେ ଗୁପ୍ତଚର ଭାବରେ କର୍ଯ୍ୟ କରୁଥିବା ସନ୍ଦେହରେ ଦେଶରୁ ବହିଷ୍କାର କରା ଯାଇଥିଲା।

୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଆକ୍ରମଣ ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ଏପ୍ରିଲ ୨୩ ରେ ଭାରତ ପାକିସ୍ତାନ ବିରୁଦ୍ଧରେ  ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଯେଉଁଥିରେ ସନ୍ଦିଗ୍ଧ ପାକିସ୍ତାନୀ ଅଧିକାରୀମାନଙ୍କୁ ଦେଶ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହି ପଦକ୍ଷେପ ପରେ ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଅଧିକାରୀଙ୍କ ସଂଖ୍ୟା ବର୍ତ୍ତମାନ୍  ୫୫ରୁ ୩୦କୁ ହ୍ରାସ ହୋଇସାରିଲାଣି।

 

Comments are closed.