Latest Odisha News

BREAKING NEWS

ଉସମାନ ହାଦି ମାମଲା; ସନ୍ଦିଗ୍ଧ ହତ୍ୟାକାରୀ ଭାରତରେ ଥିବା ଅଭିଯୋଗକୁ ଖଣ୍ଡନ… 

ନୂଆଦିଲ୍ଲୀ: ଡିସେମ୍ବର ୧୨  ତାରିଖରେ ଢାକାରେ ନିର୍ବାଚନ ପ୍ରଚାର ସମୟରେ ଇନକିଲାବ ମଞ୍ଚ ନେତା ସରିଫ ଉସମାନ ହାଦିଙ୍କୁ କିଛି ଦୁବୃର୍ତ୍ତ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ  ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା କିନ୍ତୁ ଡିସେମ୍ବର ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହାରି ମଧ୍ୟରେ ବାଂଲାଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ ରବିବାର ଦିନ ଦାବି କରିଛନ୍ତି ଯେ ହାଦିଙ୍କ ହତ୍ୟାରେ ସାମିଲ ଥିବା ଦୁଇ ପ୍ରମୁଖ ସନ୍ଦିଗ୍ଧ ବ୍ୟକ୍ତି ମେଘାଳୟ ଦେଇ ଭାରତ ପଳାଇଯାଇଛନ୍ତି।

ତେବେ ଢାକା ମେଟ୍ରୋପଲିଟାନ ପୋଲିସ (ଡିଏମପି)ର ଅତିରିକ୍ତ ପୋଲିସ କମିଶନର (ଅପରାଧ ଏବଂ ଅପରେସନ) ଏସ.ଏନ. ମହମ୍ମଦ ନଜରୁଲ ଇସଲାମ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି ଫୈସଲ କରିମ ମାସୁଦ ଏବଂ ଆଲମଗିର ଶେଖ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ହାଲୁଆଘାଟ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ।ସେମାନଙ୍କୁ ପ୍ରଥମେ ପୂର୍ତି ନାମକ ଜଣେ ବ୍ୟକ୍ତି ସହାୟତା କରିଥିଲେ ଓ ପରେ ସାମି ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ସେମାନଙ୍କୁ ମେଘାଳୟର ତୁରା ସହରକୁ ନେଇଯାଇଥିବା ସେ ପ୍ରକାଶ କରିଛନ୍ତି।

ତେବେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଫେରାଇ ଆଣିବା ପାଇଁ ବାଂଲାଦେଶ ସରକାର କାର୍ଯ୍ୟ କରୁଥିବା ନେଇ କୁହାଯାଇଛି। ତେବେ ଭାରତକୁ ଦାୟୀ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶର ପ୍ରଚାରକୁ ଭାରତ ତରଫରୁ  ଖଣ୍ଡନ କରାଯାଇଛି। ଡିସେମ୍ବର ୧୪ରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଦ୍ୱାରା ଜାରି କରାଯାଇଥିବା ପ୍ରେସ୍ ରିଲିଜରେ କରାଯାଇଥିବା ଦାବିକୁ ଭାରତ ସ୍ପଷ୍ଟ ଭାବରେ ଖଣ୍ଡନ କରୁଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ଗତ ସପ୍ତାହରେ ସ୍ପଷ୍ଟ କରିଥିଲେ।

Comments are closed.