Latest Odisha News

BREAKING NEWS

ଜାତିସଂଘରେ ଆଗତ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ, ପାକିସ୍ତାନ ପାଇଁ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: ଜାତିସଂଘରେ  ଆମେରିକା ଏବଂ ଆର୍ୟଲାଣ୍ଡ ପକ୍ଷରୁ ଆଗତ ପସ୍ତାବରେ ଭାରତ ନୀରବତା ବଜାୟ ରଖିଛି। ଏହି ପ୍ରସ୍ତାବରେ ଭାରତ ନିଜକୁ ଦୂରେଇ ରଖି ଅନୁପସ୍ଥିତ ରହିଛି । ପ୍ରତିବନ୍ଧକ ଲଗାଯାଇଥିବା କେତେକ ଦେଶକୁ ସହାୟତା ଯୋଗାଇ ଦେବା ଲାଗି ହୋଇଥିବା କଟକଣା ହଟାଇବା ପସ୍ତାବ ଆମେରିକା ଏବଂ ଆର୍ୟଲାଣ୍ଡ  ଦ୍ୱାରା ଆଗତ କରାଯାଇଥିଲା । ଏହି ବିଲ ଜାତିସଂଘରେ ପାସ ହୋଇ ଯାଇଛି ।

ଏହି ପ୍ରସ୍ତାବ ଉପରେ ଭୋଟିଂ ସମୟରେ ଭାରତ ପାକିସ୍ତାନ ପ୍ରସଙ୍ଗ ଉଠାଇ ଅନୁପସ୍ଥିତ ରହିଥିଲା । ଭାରତ କହିଥିଲା, ପ୍ରତିବନ୍ଧକ ଲାଗିଥିବା ଦେଶ ବିଶେଷକରି ପଡୋଶୀ ଦେଶ ଯିଏ କି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ସେ ଦେଶକୁ ଏପରି ସହାୟତା ଯୋଗାଇଦେଲେ ତାହା ଆତଙ୍କବାଦୀଙ୍କ କାମରେ  ଲାଗିପାରେ  ।

ଆର୍ୟଲାଣ୍ଡ ଏବଂ ଆମେରିକା ପକ୍ଷରୁ ଆଗତ ପ୍ରସ୍ତାବକୁ ଜାତିସଂଘର ୧୫ରୁ ୧୪ ଦେଶ ସମର୍ଥନ କରିଥିଲେ । କେବଳ ଭାରତ ହିଁ ଏଥିରେ ଅନୁପସ୍ଥିତ ଥିଲା । ବିଲ ପାସ ହେବା ପରେ ଆମେରିକା କହିଥିଲା ଏହି ପ୍ରସ୍ତାବ ଅଗଣିତ ଲୋକଙ୍କ ଜୀବନ ବଞ୍ଚାଇବ ।

ଅନ୍ୟପକ୍ଷେ ପରିଷଦର ଅଧ୍ୟକ୍ଷ ତଥା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ଭାରତର ମତଦାନ ପ୍ରସଙ୍ଗରେ କହିଛନ୍ତି,  ଆମର ଚିନ୍ତା, ଏହି ସହାୟତାରୁ ଆତଙ୍କବାଦୀ ସଂଗଠନ ଯେପରି ଫାଇଦ ନ ଉଠାନ୍ତୁ । କମ୍ବୋଜ ଏହି ପ୍ରସଙ୍ଗରେ ପରୋକ୍ଷରେ ପାକିସ୍ତାନ ଏବଂ ସେଠାରେ ଥିବା ଆତଙ୍କୀ ସଂଗଠନ ପ୍ରତି ଅଙ୍ଗୁଳି ଉଠାଇଥିଲେ ।

ସେ କହିଥିଲେ, ଆମ ପଡୋଶୀ  ଦେଶରେ ଥିବା ଅନେକ ଆତଙ୍କୀ ସଂଗଠନର ଅନେକ ମାମଲା ଏବେ ସାମ୍ନାକୁ ଆସିଛି । ଏହି ପରିଷଦ ଦ୍ୱାରା ପ୍ରସ୍ତୁତ ତାଲିକାରେ ଏଥିରୁ ଅନେକ ସଂଗଠନର ନାଁ ରହିଛି । ସେ ଜମାତ-ଉଦ-ଦାବା ସଂଗଠନର ନାଁ ନେଇ କହିଥିଲେ, ଏହି ସଂଗଠନ ଏକ ସାମାଜିକ ସଂଗଠନ ବୋଲି କହୁଥିଲେ ହେଁ ପ୍ରକୃତରେ ଏହା ଲସ୍କର-ଏ-ତୋଏବା ପାଇଁ କାମ କରୁଥିଲା ।

Leave A Reply

Your email address will not be published.