Latest Odisha News

ଇଣ୍ଡିଆ ଏନର୍ଜି ଫୋରମ: ଭାରତରେ ନିବେଶ ପାଇଁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଭାରତର ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଅତି ଉଜ୍ଜ୍ୱଳ ଓ ସୁରକ୍ଷିତ। ଏହା ଉପରେ ଦେଶ ଦ୍ରୁତ ଗତିରେ କାମ କରୁଛି । ଆଗାମୀ କିଛି ବର୍ଷରେ ଭାରତରେ ଶକ୍ତି ଚାହିଦା ଦ୍ୱିଗୁଣା ହୋଇଯିବ । ଭାରତୀୟ ବଜାରକୁ କେହି ନଜରଅନ୍ଦାଜ କରିପାରିବେ ନାହିଁ । ଆଜି ଇଣ୍ଡିଆ ଏନର୍ଜି ଫୋରମରେ ଅଭିଭାଷଣ ଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ବିଶ୍ୱର ସମସ୍ତ ନିବେଶକଙ୍କୁ ସ୍ୱଚ୍ଛ ଶକ୍ତିରେ ନିବେଶ କରିବା ପାଇଁ ସେ ଆହ୍ୱାନ କରିଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍ୱଚ୍ଛ ଶକ୍ତିରେ ନିବେଶ ପାଇଁ ଭାରତ ସବୁଠାରୁ ବଡ ବିକଳ୍ପ ଭାବେ ଉଭା ହୋଇଛି । ଏନର୍ଜି କରିଡର ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ତୃତୀୟ ବୃହତ ଦେଶ ଭାବେ ଭାରତରେ ଘରୋଇ ଶକ୍ତିର ଚାହିଦା ଅଧିକ । ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ମଧ୍ୟ ଭାରତ ମହତ୍ତପୂର୍ଣ୍ଣ ଦେଶ । ଅଶୋଧିତ ତୈଳର ଭାରତ  ସବୁଠାରୁ ବଡ ଉପଭୋକ୍ତା ଅଟେ ।

ଗତ ଛଅ ବର୍ଷ ମଧ୍ୟରେ ୧୧ ନିୟୁତରୁ ଅଧିକ ‘ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍’ ଲଗାଯାଇଛି। ଏହା ବର୍ଷକୁ ପ୍ରାୟ ୬୦ ବିଲିୟନ୍ ୟୁନିଟ୍‌ ଊର୍ଜା ବଞ୍ଚାଇ ପାରୁଛି। ଏହି କାର୍ଯ୍ୟକ୍ରମ ଯୋଗୁଁ ବାର୍ଷିକ ୪.୫ କୋଟି ଟନ୍ ‘ଗ୍ରିନ୍‌ ହାଉସ୍ ଗ୍ୟାସ୍‌’ ନିର୍ଗମନ ହ୍ରାସ ପାଇଛି। ଘରୋଇ ଗ୍ୟାସ୍‌ ଉତ୍ପାଦନ ଉପରେ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ‘ଏକ ଦେଶ, ଏକ ଗ୍ୟାସ୍‌ ଗ୍ରିଡ୍‌’ ହାସଲ କରିବାକୁ ଯୋଜନା କରିବା ସହ ଗ୍ୟାସ୍‌ ଭିତ୍ତିକ ଅର୍ଥନୀତି ଉପରେ ଧ୍ୟାନ ଦେବାକୁ ଉଦ୍ୟମ କରିବୁ ସେ କହିଛନ୍ତି।

Leave A Reply

Your email address will not be published.