Latest Odisha News

BREAKING NEWS

ସୁଶାନ୍ତଙ୍କ ହତ୍ୟା ପଛରେ ଉଦ୍ଧବ, ଆଦିତ୍ୟଙ୍କ ହାତ: ନାରାୟଣ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସ୍ ଥଣ୍ଡା ପଡି ଆସୁଥିବା ବେଳେ ବିଜେପି ନେତା ନାରାୟଣ ରାଣେଙ୍କ ବୟାନ ଏହାକୁ ପୁଣି ଚର୍ଚ୍ଚାର ବିଷୟ କରି ଦେଇଛି । ସୁଶାନ୍ତ କେସର ତଦନ୍ତରେ ଇଡି, ଏନସିବି ଓ ସିବିଆଇ ଜୋରସୋରରେ ଲାଗିଛନ୍ତି । ସୋମବାର ରାଣେ କହିଛନ୍ତି ସୁଶାନ୍ତଙ୍କ ହତ୍ୟା ପଛରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟଙ୍କ ହାତ ରହିଛି ।

ଦଶହରା ଅବସରରେ ଉଦ୍ଧବ କହିଥିଲେ ବିହାର ପୁଅର ନ୍ୟାୟ ପାଇଁ ସେମାନେ ମୋର ପୁତ୍ର,ମୁମ୍ବାଇ, ମହାରାଷ୍ଟ୍ର ପୋଲିସ ଓ ଅନ୍ୟମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିଛନ୍ତି । ଏହାର ଜବାବରେ ରାଣେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଉଦ୍ଧବ ତାଙ୍କ ପୁଙ୍କୁ ବଂଚାଇବା ପାଇଁ ସମସ୍ତ ଶକ୍ତିର ଦୂରୁପଯୋଗ କରୁଛନ୍ତି । ସୁଶାନ୍ତଙ୍କୁ କିଏ ହତ୍ୟା କଲେ ଓ ଦିଶା ସାଲିୟନ ଦୁଷ୍ମର୍ମ ପଛରେ କେଉଁମାନଙ୍କ ହାତ ରହିଛି ତାହାର ସତ୍ୟ ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.